ରୁବିନା ହତ୍ୟାକାଣ୍ଡ ଘଟଣାରେ ଖଣ୍ଡପଡ଼ା ଥାନା ସମୁଖ ରେ ଧାରଣା ଦେଲେ ମହିଳା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଥାନା ଅଧୀନ ବଡ଼ ବାଣପର ପଞ୍ଚାୟତ କୁମୁଣ୍ଡି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଝିଅ ରୁବିନା କୁ ପ୍ରେମିକ ସର୍ବେଶ୍ଵର ରାଉତ ଓ ତାଙ୍କ ସଂପର୍କୀୟ ମାନେ ହତ୍ୟା କରିଥିବା ନେଇ ଗତ ୨୦୨୨ ଅକ୍ଟୋବର ୨୦ ତାରିଖରେ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଥଲା । ଏହି ଅଭିଯୋଗ ଆଧାରରେ ପୋଲିସ ସର୍ବେଶ୍ୱରଙ୍କ ସମେତ ତାଙ୍କର ସମ୍ପର୍କୀୟ ୮ ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ସର୍ବେଶ୍ଵର ଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲା । ଏଥି ମଧ୍ୟରେ ୩ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନ କରିବା ନେଇ ମୃତ ଯୁବତୀ ଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ । ମୃତ ଯୁବତୀ ଙ୍କ ପରିବାର ପକ୍ଷରୁ ନୟାଗଡ ଏସ.ପି ଓ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଖଣ୍ଡପଡ଼ା ଶାଖାର ଆହ୍ବାନ କ୍ରମେ ୧୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଖଣ୍ଡପଡ଼ା ଥାନା ସମୁଖରେ ବୁଧବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ସମାଜସେବୀ ସୁରେଶ ସ୍ବାଇଁ, ନାରୀ ନେତ୍ରୀ ସଂଯୁକ୍ତା ସେଠୀ, ରୁପମଞ୍ଜରି ସାହୁ, ସନ୍ତୋଷିନୀ ସାହୁ, ବାସନ୍ତୀ ବେହେରା, ଶ୍ରମିକ ସଂଗଠନ ର ବରିଷ୍ଠ ନେତା ଚାପଧାରି ରାଉତଙ୍କ ନେତୃତ୍ବରେ ମହିଳା ମାନେ ଏକ ଶୋଭାଯାତ୍ରାରେ ଖଣ୍ଡପଡ଼ା ସହର ପରିକ୍ରମା କରିବା ପରେ ଥାନା ସମୁଖରେ ଧାରଣା ଦେଇଥିଲେ। ଖଣ୍ଡପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଆଇ.ସି.ଆଇ ରମେଶ କୁମାର ଦେବତା ଓ ଫତେଗଡ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରିଣୀ ପ୍ରମୁଖ ଧାରଣାରତ ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ ।

Leave a Reply

Your email address will not be published. Required fields are marked *