ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ, ଓଡିଶା ପ୍ରାନ୍ତ – ଉଠ ଜାଗ ଅମୃତ ମହୋତ୍ସବ ଯାତ୍ରା ମହାସମାରୋହରେ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଠାରେ ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ, ଓଡିଶା ପ୍ରାନ୍ତ ଉଠ ଜାଗ ଅମୃତ ମହୋତ୍ସବ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓଡିଶା ପ୍ରାନ୍ତ ଆନୁକୂଲ୍ୟରେ ଉଠ ଜାଗ ଅମୃତ ମହୋତ୍ସବ ଯାତ୍ରା ୨୫ ଡିସେମ୍ବର ୨୦୨୨ ଠାରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ପାଳିତ ହେଉଅଛି । ଏହି ଅବସରରେ ପ୍ରଥମେ ସ୍ବାମୀ ବିବେକାନନ୍ଦଙ୍କର ଭାରତମାତାଙ୍କ ପ୍ରତିକୃତି ରଥଯାତ୍ରା ବାଲୁଗାଁ ଗାନ୍ଧୀ ଛକ ଠାରେ ପହଞ୍ଚି ଥିଲେ। ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ରଥଯାତ୍ରା ବାଲୁଗାଁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ମହାବିଦ୍ୟାଳୟ ଠାରେ ସ୍ବାମୀ ବିବେକାନନ୍ଦଙ୍କ ବିଚାର ଧାରାକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେଇଥିଲା। ଏଥିରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ ବହୁ ମାନ୍ୟ ଗଣ୍ୟ ଗୁଣୀ ବ୍ୟକ୍ତିତ୍ଵ ଅଂଶଗ୍ରହଣ କରିଥିଲେ। ପରେ ରଥଯାତ୍ରା ବାଣପୁର ଅଭିମୁଖେ ବାହାରିଥିଲା। ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ସଭା କରାଯାଇଥିଲା। ସେଠାରୁ ରଥଯାତ୍ରା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଠାରେ ପହଞ୍ଚି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନଂ ଉପସ୍ଥିତିରେ ମାନବ କଲ୍ୟାଣରେ ବିବେକାନନ୍ଦଙ୍କ ଭାବଧାରା ସଂପର୍କରେ ଆଲୋଚନା କରିଥିଲେ ଓ କୃତୀ ଛାତ୍ର ଛାତ୍ରୀ ମାନଂକୁ ଉପଢୌକନ ସହ ପୁରସ୍କୃତ କରାଯାଇଥିଲା। ପ୍ରସାଦ ସେବନରେ ସମସ୍ତଙ୍କୁ ଆପ୍ୟାୟିତ କରାଯିବା ପରେ ବାଣପୁର ରାଷମଣ୍ଡପ ଠାରେ ପହଂଚିବା କ୍ଷଣୀ ବାଣପୁର ଅଂଚଳର ବିବେକାନନ୍ଦ ପ୍ରେମୀ ମାନେ ଭବ୍ୟ ସ୍ୱାଗତ କରିଥିଲେ l ସ୍ୱାମୀ ବିବେକାନନ୍ଦ ଙ୍କ କାର୍ଯ୍ୟପ୍ରଣାଳୀ ଓ ତାଙ୍କ ସିଦ୍ଧାନ୍ତରେ ଗ୍ରହଣ କରିବା ନିମିତ୍ତ ଭାଷଣ ପ୍ରସଙ୍ଗରେ ଅଧ୍ୟାପକ ଦେବରାଜ ପାଲଟାସିଂ ଗୁରୁ ମନ୍ତ୍ର ଦେଇଥିଲେ l ଶ୍ରୀ ବୈରାଗୀ ଚରଣ ବଳ ମହୋଦୟଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବା ବେଳେ ଡ଼ଃ ଦେବରାଜ ଦାସ, ଶ୍ରୀ ବିଭୂତି ଭୂଷଣ ସାମନ୍ତରାୟ ଓ ବାଣପୁର ବାଲୁଗାଁ ସ୍ୱାଗତ ସମ୍ବର୍ଦ୍ଧନା କମିଟି ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଥିଲା। ବାଲୁଗାଁ ବାଣପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସମସ୍ତ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *