ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଚିଲିକା କାଙ୍କଣ ଶିଖରୀରେ ଐତିହ ସମ୍ମିଳନୀ ଓ ଵିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ !!!

0
266

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଈରୀ ଗ୍ରାମର କାଙ୍କଣ ଶିଖରୀ କୁଦ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର ରୂପେ ପରିଚିତ । ୧୯୩୧ ମସିହାରେ ମୋଗଲ ଶାସକ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେତେବେଳେ ଦଇତାପତି ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀ ମନ୍ଦିରରୁ ଆଣି ଏହି କୂଦରେ ଘଂଚ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବରେ ଲୁଚାଇ ରଖି ଚକାପଥର ବସାଇ ପୂଜାର୍ଚ୍ଚନା କରିଥିଲେ । ଏଠାରେ ପ୍ରଭୂଙ୍କୁ ଅନ୍ନ ଭୋଗ କରିବା ସୁବିଧା ନଥିବାରୁ ସେବକ ମାନେ ଚିନ୍ତାରେ ପଡିଲେ । ପ୍ରଭୁ ସ୍ୱପ୍ନରେ କହିଲେ ଏଠାରେ ପ୍ରଚୁର କାଙ୍କଣ ଫଳ ଫଳିଚି ତାକୁ ରାନ୍ଧି ମୋତେ ଦିଅ । ସେହିଦିନ ଠାରୁ ଏହି କାଙ୍କଣ ଫଳ ଭୋଗ ହେଉଛି । ଏଥି ପାଇଁ ଏହି କୂଦର ନାମ କାଙ୍କଣ ଶିଖରୀ ନାମେ ପରିଚିତ । ଚିଲିକା ଉନ୍ନୟନ ଅଥରିଟି ଅଧକ୍ଷ ତଥା ଆବାହକ ଡା.ସୁଶାନ୍ତ ସାହୁ ଓ ସମ୍ପାଦକ ପ୍ରଦୋଷ କୁମାର ଦାସଙ୍କ ତତ୍ୱାବଧାନରେ ଏବଂ ନଈରୀ ଗ୍ରାମଵାସୀଙ୍କ ସହଯୋଗରେ ତିନିଦିନ ଧରି ୫ମ ବର୍ଷ ଵିଶ୍ୱଶାନ୍ତି ମହାଯଞ ଅନୁଷ୍ଠିତ ହୋଇଯାଇଛି । କାଙ୍କଣ ଶିଖରୀ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା , ପ୍ରଥମ ଦିନରେ ଅତିଥି ଭାବରେ ଯୋଗ ଦେଇଥିଲେ ରାଧାବଲ୍ଲଭ ମଠର ପୂଜ୍ୟ ମହନ୍ତ ଵାବା ରାମକୃଷ୍ଣ ଦାସ ମହାରାଜ, ପୂଜ୍ୟ ବାବା ପଦ୍ମପାଦ ଦାସ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କରିଥିଲେ ! ସ୍ୱାତୀ ତ୍ରିପାଠି ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ଚେତନାର ସଭ୍ୟ, ପୂର୍ବତନ ମନ୍ତ୍ରୀ ଡା.ଦେବେନ୍ଦ୍ର ମାନସିଂହ, ଡା ଅଶୋକ କୁମାର ମହାପାତ୍ର ଅତିଥି ଭାବରେ ଯୋଗଦେଇ ଥିଲେ । ସଭାପତିତ୍ୱ କରିଥିଲେ ଡା.ସୁଶାନ୍ତ ସାହୁ । କାର୍ଯ୍ୟକ୍ରମରେ ଶୃଙ୍ଖଳା ଏବଂ ଲୋକଙ୍କ ସୁରକ୍ଷା ପାଇଁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ପ୍ରତ୍ୟକ୍ଷ ଦାୟିତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here