ଗୋଳାପୋଖରୀ ହାଇସ୍କୁଲ ଖେଳପଡିଆରେ ୧୬ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଗୋଳାପୋଖରୀ ଗ୍ରାମ ହାଇସ୍କୁଲ ଖେଳ ପଡିଆରେ ୧୬ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହେଉଛି । ଗୋଳାପୋଖରୀ ଆଞ୍ଚଳିକ ସ୍ପୋର୍ଟସ ସ°ଘ ତରଫରୁ ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଛି । କୈଣସି କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ପାଞ୍ଚ ଛଅ ବର୍ଷ ହେଲା ବନ୍ଦ ରହିଥିଲା । ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜୟପୁର, କନ୍ଧମାଳ , ଭଦ୍ରକ, ଭୁବନେଶ୍ୱର , ଭଞ୍ଜନଗର, ଢେଙ୍କାନାଳ , କଳିଙ୍ଗ ସ୍ପୋର୍ଟ° ଭୁବନେଶ୍ୱର ଓ କେରଙ୍ଗ ଦଳ ଅ°ଶଗ୍ରହଣ କରିଛନ୍ତି । ପ୍ରଥମ ସେମିଫାଇନାଲ ୨୭ ଓ ଦ୍ୱିତୀୟ ସେମିଫାଇନାଲ ୨୮ତାରିଖରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ୨୯ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ସ୍ପୋର୍ଟସ କ୍ଲବ୍ ସଭାପତି ରାଜକିଶୋର ପାଇକରାୟ ଓ ସମ୍ପାଦକ ଶିକ୍ଷକ ନେତା ନିରଞ୍ଜନ ଦଳବେହେରାଙ୍କ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *