ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଯୋଜନା କ୍ରମେ ନୋଡାଲ କେନ୍ଦ୍ର ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଇଟାମାଟିର ସହଯୋଗରେ ଭାପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ନିମନ୍ତେ ଚାଲିଥିବା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଗଗନ ବିହାରୀ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଦେବେନ୍ଦ୍ର କୁମାର ରାଉତ ଓ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ । ବୈଷୟିକ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତ୍ସ୍ନାମଞ୍ଜରୀ ବାରିକ ଆତ୍ମସୁରକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷିକା ଭାବେ ଜ୍ୟୋତିର୍ମୟ ଜେନା ବାଳିକା ମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ଗୁଡ଼ିକ ତାଲିମ ଦେଇଥିଲେ । ଏହି ଆତ୍ମରକ୍ଷା ଶିବିର ସାତଦିନ ଧରି ଚାଲିଥିଲା । ଅଧ୍ୟାପକ ପଦ୍ମଚରଣ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।