ବାଣପୁର ଶ୍ରୀ ରଘୁନାଥ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ରଘୁନାଥ ସାହିରେ ଅବସ୍ଥିତ ପୂରାତନ ରାମ ମନ୍ଦିର ଶ୍ରୀ ରଘୁନାଥ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୪ ଦିନ ବ୍ୟାପି ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ୪ ଦିନ ବ୍ୟାପି ଆୟୋଜିତ ଏହି ଉତ୍ସବରେ ଶନିବାର ଦିନ ଅଙ୍କୁରାରୋପଣ , ରବିବାର ଦିନ ଜଳଯାତ୍ରା, ପ୍ରତିଷ୍ଠା କାର୍ଯ୍ୟ, ସୂର୍ଯ୍ୟ ପୂଜା ଓ କୁଣ୍ଡ ଅନୁକୂଳ ହୋଇଥିଲା । ସୋମବାର ଦିନ ସୂର୍ଯ୍ୟ ପୂଜା, ଶାଲା ପୂଜା, ଯଜ୍ଞ, ଦେବତାନ୍ୟାସ ହୋଇଥିଲା । ମଙ୍ଗଳବାର ଦିନ ଦେବତା ସିଂହାସନ ଆରୋହଣ ହେବା ସହ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରଘୁନାଥ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ପୁରୀ ରୁ ଆସିଥିବା ୧୦ ଜଣ ପଣ୍ଡିତ ସାମିଲ ହୋଇଥିଲେ । ଏହି ଉତ୍ସବକୁ ରଘୁନାଥ ଦେବ ପରିଚାଳନା କମିଟି ପରିଚାଳନା କରିଥିବା ବେଳେ ବାଣପୁର ଅଞ୍ଚଳର ସମସ୍ତ ବ୍ୟବସାୟୀ ସଂଘ ଓ ଧାର୍ମିକ ଅନୁଷ୍ଠାନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *