କନ୍ଧମାଳ ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ମିଳୁନି ସୁଯୋଗ : ନିରପେକ୍ଷ ତଦନ୍ତ ପାଇଁ ଦାବୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଲୋକ କଳା ତଥା ଲୋକ ସଂଗୀତ ର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମା ରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାର ଙ୍କୁ ନିଜ ଜ଼ିଲ୍ଲା ରେ ସ୍ଥାନ ମିଳି ନଥିବାରୁ ଲୋକ କଳାକାର ତଥା ସିନେମା ଅଭିନେତା ଜଳନ୍ଧର ବେହେରା ଏବଂ ଏନଏସଡ଼ିଆନ ତଥା ବଲିଉଡ ଅଭିନେତା ଯଦୁ ନନ୍ଦନ ବେହେରା ଦୁଃଖ ପ୍ରକାଶ କରିଛନ୍ତି l ଏହି ଦୁଇ ବରିଷ୍ଠ କଳାକାରଙ୍କୁ କେବେ ମଧ୍ୟ ଜ଼ିଲ୍ଲା ପ୍ରଶାସନ ସମ୍ମାନିତ କରିନାହିଁ l ଯାହା ଏବେଠୁ ସମଗ୍ର ଜ଼ିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରେ ଚର୍ଚ୍ଚା ଆରମ୍ଭ ହେଲାଣି l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ ତଥା ଏହିଭଳି ଆକ୍ରୋଶ ମୂଳକ ଭାବ ରଖି ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହେଉଛି l ବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ ମହୋତ୍ସବ ରେ କିଛି ଅଣ କଳାକାର ପ୍ରବେଶ କରି ମନମୁଖି ଶାସନ କରୁଛନ୍ତି l ଏହି କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ପରିଚାଳିତ ହେଉଛନ୍ତି l ଯାହା ଦ୍ଵାରା କି ପ୍ରକୃତ କଳାକାର ଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ । ସ୍ଥାନୀୟ କଳାକାର ଜ଼ିଲ୍ଲା ବାହାରେ କନ୍ଧମାଳ ର ଆଦିବାସୀ ନୃତ୍ୟ କୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇ ଥିବାବେଳେ କାହିଁକି ଜ଼ିଲ୍ଲା ର ବିଭିନ୍ନ ବ୍ଲକରେ ଥିବା କଳାକାର ଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି l ବାହାରୁ କଳାକାର ଆମଦାନୀ କରାଯାଇ ଆବଶ୍ୟକତା ରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବ ରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି l ଆଦିବାସୀ କଳା ଓ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜ଼ିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି l ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜ଼ିଲ୍ଲା ର ସମସ୍ତ ଲୋକ କଳାକାର ରାଜରାସ୍ତାକୁ ଓଲ୍ହାଇବାକୁ ଜ଼ିଲ୍ଲାର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *