ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

0
177

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସର ଠାରେ ଚଳିତ ମାସ ୧୩ ତାରିଖ ଠାରୁ ଆଠ ଦିନ ଧରି +୨ ଛାତ୍ରୀ ମାନଙ୍କୁ ନେଇ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି ! ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ କରାଟେ ବ୍ଳାକ ବେଲଟ ଦୀପକ କୁମାର ସାମନ୍ତରାୟ ଯୋଗଦେଇ ଆଜିର ସମାଜରେ ନାରୀ କିପରି ସୁରକ୍ଷିତ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିପଦ ସମୟରେ ନିଜକୁ ନିଜେ ସୁରକ୍ଷା ଦେବା ପାଇଁ , ସେମାନେ ସ୍ବତନ୍ତ୍ର ସ୍ବାବଲମ୍ବୀ ହେବା ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗୋଲ୍ଡ ମେଡାଲ ଲିଷ୍ଟ ବ୍ଳାକ ବେଲ୍ଟର ସାଲୋନୀ ପାତ୍ର , ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ବିଭୁଦେନ୍ଦୁ ମାନସିଂହ , ପ୍ରଶିକ୍ଷକ ଅର୍ଚ୍ଚନା ବେହେରା , କଳ୍ପଶ୍ରୀ ପ୍ରଧାନ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ସମାଜ ରେ ନାରୀର ଭୂମିକା ସମ୍ପୁର୍ଣ୍ଣ ଭିନ୍ନ । ସେ କେତେବେଳେ ଜନନୀର ଭୂମିକା ନେଉଥିବା ବେଳେ ଆଉ କେତେବେଳେ ଭଗୀନିର ଭୂମିକା ନେଇଥାଏ । ଏପରିକି ସମାଜର ସୁରକ୍ଷା ନିମନ୍ତେ ବେଳେ ବେଳେ ସଂହାର କାରିଣୀ ର ରୂପ ମଧ୍ୟ ନେଇଥାଏ । କିନ୍ତୁ ନାରୀ ଅତି ସରଳ ହୋଇଥିବାରୁ ସେ ସବୁ କଥାକୁ ଅତି ସହଜରେ ବିଶ୍ୱାସ କରି ନେଇଥାଏ । ସେଥିପାଇଁ ସେମାନେ ଅସୁରକ୍ଷିତ ହୋଇଥାନ୍ତି । ଆଜିର ସମାଜରେ ନାରୀ ସୁରକ୍ଷିତ ନାହାନ୍ତି । ସେଥିଲାଗି ଆଜିର ମହିଳା ମାନେ ନିଜକୁ ନିଜେ କିପରି ସୁରକ୍ଷା ଦେଇ ପାରିବେ ତାହାକୁ ନେଇ ଅତିଥି ମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ତେବେ ଏହି ଅବସରରେ ଆଠଦିନ ଧରି ପ୍ରଶିକ୍ଷଣ ନେଇଥିବା ୧୬୦ ଜଣ ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here