କଣାସ ଡ୍ରାଇଭର ମହାସଙ୍ଘ ଦ୍ୱାରା ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକ ର ଡ୍ରାଇଭର ମହାସଙ୍ଘ ପାଳନ କଲା ସାଧାରଣତନ୍ତ୍ର ଦିବସ ! ଅନୁଷ୍ଠାନର ସଭାପତି ଭରତ ବେହେରା ଙ୍କ ନେତୃତ୍ବରେ ୭୪ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି ! କଣାସ ବ୍ଲକ୍ ସଂଘର ସମସ୍ତ ଡ୍ରାଇଭର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ! ସାଧାରଣତନ୍ତ୍ର ଦିବସ ରେ ସମସ୍ତେ ସଙ୍କଳ୍ପ ନେଇଥିଲେ ଯେ , ଗାଡି ଚାଳନା ସମୟରେ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପରିବହନ ବିଭାଗ ଦ୍ୱାରା ପ୍ରଣୟନ ହୋଇଥିବା ମୋଟର ଯାନ ଆଇନ କୁ ମାନି ଗାଡ଼ି ଚଳାଚଳ କରିବେ ଏବଂ ସର୍ବୋପରି ରାସ୍ତାରେ ଲୋକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ ।

Leave a Reply

Your email address will not be published. Required fields are marked *