ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନୟାପଲ୍ଲୀ ସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲ ରେ ଶ୍ରୀ ଜଗନ୍ନାଥ ଯୁବ ବାହିନୀ ର ପ୍ରତିଷ୍ଠା ଦିବସ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଏସିପି କମଶନରେଟ୍ ପୋଲିସ, ଭୁବନେଶ୍ୱର ବିଷ୍ଣୁ ପ୍ରସାଦ ପାତ୍ର , ଏସିପି, ଟ୍ରାଫିକ, ଭୁବନେଶ୍ୱର ସ୍ଵସ୍ତିକ ପଣ୍ଡା , ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବରଞ୍ଜନ ସାହୁ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ପ୍ରଦୀପ ସାହୁ, ସମାଜସେବୀ ଜିଜ୍ଞାସୁ ପଣ୍ଡା, ସମାଜସେବୀ ପୁଷ୍ପାଞ୍ଜଳି ସାହୁ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସମାଜସେବୀ ପ୍ରଦୀପ ପୃଷ୍ଟି, ରାଣୀ କିନ୍ନର, ସୁଇଟି ସାହୁ, ଚିନ୍ମୟୀ ସାହୁ, ତନ୍ମୟ ସାମନ୍ତରାୟ, ଶ୍ରୀ ସିଦ୍ଧାର୍ଥ ( ସନାତନ ଧର୍ମ ପ୍ରଚାରକ ), ଦେବାନନ୍ଦ ମହାରଣା ( ଗୋ ସେବକ ), ମନୋଜ କୁମାର ସାହୁ, ପ୍ରମୋଦ କୁମାର ପତି ( ବଂଶୀ ବାଦକ ), ସଞ୍ଜୟ କୁମାର ପରିଡ଼ା, ସମାଜ ସେବକ ରୋହିତ କୁମାର, ଚିତ୍ତରଞ୍ଜନ ଦାଶ, ମନୋରଞ୍ଜନ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଗଠନର ଶ୍ରୀକାନ୍ତ ମିଶ୍ର, କିନ୍ନର ମେନକା ପରିଡ଼ା, ବିଶ୍ଵ ରଞ୍ଜନ ଜେନା, ଲକ୍ଷ୍ମଣ କୁମାର ବେହେରା, ନିରଞ୍ଜନ ରଣା ଆୟୋଜନ କରିଥିଲେ l ସଂଗଠନ ର ମୂଳ ଲକ୍ଷ୍ୟ ଶ୍ରୀ ଜଗନ୍ନାଥଙ୍କ ଚିନ୍ତା ଚେତନା କୁ ଉଜ୍ଜୀବିତ କରିବା, ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର, ଗୋ ଧନ ସୁରକ୍ଷା ! ସନାତନ ଧର୍ମର ପ୍ରଚାର ପ୍ରସାର କରିବା ଆଦିକୁ ଆଖି ଆଗରେ ରଖି ଆଜି ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥ ଯୁବ ବାହିନୀ l
ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥ ଯୁବ ବାହିନୀ !!!

