ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଗଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ଅବସରରେ ମୋହନ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ ର କାନପୁର ମୋହନ ସାହି ପ୍ରାଥମିକ ବିଦ୍ୟାଳୟ ରେ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ସାହାସ ଓ ଦକ୍ଷତା ବୃଦ୍ଧି ପାଇବା ପାଇଁ ଏକ ଅଭିନବ କାର୍ଯକ୍ରମ କରାଯାଇଛି ବୋଲି, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ପାତ୍ର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛୋଟ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଛୋଟ ଛୋଟ ପିଲା କାଲିର ଭବିଷ୍ୟତ , ତେଣୁ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାର ବ୍ୟବସ୍ଥା ଶିକ୍ଷକ ମାନଙ୍କୁ ଅର୍ପଣ କରାଯାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି । ତେବେ ଏଭଳି କାର୍ଯକ୍ରମ ଆଗକୁ ପ୍ରତିବର୍ଷ ଜାରି ରହିବ ବୋଲି ବିଦ୍ୟାଳୟର ସିଆରସିସିସ ସପନ କୁମାର ବେହେରା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ଭଲ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଥିଲେ । ଆଗ୍ରହ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଏଭଳି ଉଦ୍ୟମ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।