ବିଲିପଡା ଭାଗବତ ଗୋସ୍ବାମୀ ଦେବଙ୍କ ପୀଠରେ କଳସ ଯାତ୍ରା ଓ ମହାଯଜ୍ଞ ଅନୁଷ୍ଠିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶାର ସବୁଠୁ ବଡ କଳସ ଯାତ୍ରା ବାଙ୍କୀ ମହାନଦୀ ରେଣୁକା ଘାଟରୁ ସୋମବାର ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ମୁଣ୍ତରେ ଜଳ ପୂର୍ଣ୍ଣ କଳସ ଧରି ଆଠ କିମି ଗ୍ରାମ୍ୟ ରାସ୍ତାକୁ ଅତିକ୍ରମ କରି ବିଲିପଡା ଗ୍ରାମସ୍ଥ ଶ୍ରୀ ଶ୍ରୀ ଭାଗବତ ଗୋସ୍ବାମୀ ଦେବଙ୍କ ପୀଠରେ ପହଞ୍ଚିଥିଲେ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି ଶାନ୍ତି ଶୃଂଖଳା ସହ ମହା ଆଡମ୍ବରରେ ସମାପନ ହୋଇଛି । ଷୋହଳ ବର୍ଷରେ ପଦାର୍ପଣ କରିଥିବା ଭାଗବତ ଗୋସାଇଙ୍କ ମହାଯଜ୍ଞ ଏବଂ ଭଗବତ ପଠନର ଉଦଯାପନ ଫେବୃୟାରୀ ମାସ ୫ ତାରିଖରେ ହେବ । ସେହିଦିନ ପ୍ରାୟ ୫୦ ହଜାର ଭକ୍ତଙ୍କ ପାଇଁ ଦିବାରାତ୍ରି ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ କଳସ ଯାତ୍ରା ଏବଂ ପ୍ରସାଦସେବନ ପାଇଁ ବିଲିପଡାର ଭାଗବତ ଗୋସ୍ବାମୀ ପୀଠର ସ୍ବାତନ୍ତ୍ରତା ରହିଛି ।

Leave a Reply

Your email address will not be published. Required fields are marked *