ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବଡ଼ ରାଧାକାନ୍ତ ମଠର ପରିସରରେ ବାବା ଶ୍ରୀ ଯଶୋଦା ନନ୍ଦନ ଦାସଜୀ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ୧ ତାରିଖ ଠାରୁ ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏଥିରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ, ଗୋପାଳ ସହସ୍ର ନାମ କାର୍ଯ୍ୟକ୍ରମ ରହିଛି । ପ୍ରବଚନ ଦେଉଛନ୍ତି ନଵ ଦ୍ୱୀପ ରୁ ଆସିଥିବା ବାବା ଶ୍ରୀ ଅନନ୍ତ ଦାସଜି ମହାରାଜ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ ଟା 30 ଠାରୁ 9 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହୁଛି । ପ୍ରବଚନ ଶୁଣିବା ନିମନ୍ତେ ବହୁ ଭକ୍ତ ଉପସ୍ଥିତ ରହି ଭଗବତ କଥା ଶୁଣୁଛନ୍ତି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ !!!

