ଭାପୁର ରେ ରବି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ରେ ରବି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ! ଉଦଘାଟନୀ ମ୍ୟାଚ ରେ ବିଜିପୁର ବିଜୟୀ ! ଭାପୁର ମହୋତ୍ସବ ପଡିଆରେ ତୃତୀୟ ରବି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ଆଠ ଗୋଟି ଟିମ ଅଂଶ ଗ୍ରହଣ କରୁଛନ୍ତି ! ଉଦଘାଟନୀ ମ୍ୟାଚରେ ବିଜିପୁର କ୍ରିକେଟ ଟିମ ଏବଂ ବାଦଭୂଇଁ କ୍ରିକେଟ ଟିମ ପରସ୍ପରକୁ ଭେଟିଥିଲେ ! ଟସ ଜିତି ପ୍ରଥମେ ବିଜିପୁର କ୍ରିକେଟ ଟିମ୍ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଇଉକେଟ ହରାଇ ୧୬୭ ରନ କରିଥିଲା । ଜବାବରେ ବାଦଭୂଇଁ କ୍ରିକେଟ ଟିମ ୧୯.୨ ଓଭର ଖେଳି ସମସ୍ତ ଇଉକେଟ ହରାଇ ୧୨୩ ରନ କରି ପରାଜିତ ହୋଇଥିଲା । ବିଜୟୀ ଦଳର ବିପିନ କୁମାର ସେଠୀ ୧୩ ବଲରେ ଦ୍ରୁତ ୩୯ ରନ କରି ମ୍ୟାନ ଅଫ ମ୍ୟାଚ ବିବେଚିତ ହୋଇଥିଲେ । ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ରମେଶ ଚନ୍ଦ୍ର ବରାଡ , ସମ୍ମାନିତ ଅତିଥି ଭାବେ ଚରଣ ସାହୁ, ଗଙ୍ଗାଧର ପଣ୍ଡା ଓ ଲୋକନାଥ ବଳିୟାରସିଂ ଉପସ୍ଥିତ ରହି ଆୟୋଜକ ଓ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ପରିଚାଳନା କରିଥିଲେ ପ୍ରୀତି ବଲ୍ଲଭ ସାହୁ ଓ ବିକାଶ ନାୟକ । ସ୍କୋର ସହାୟତା କରିଥିଲେ ରଶ୍ମି ରଞ୍ଜନ ସାହୁ । ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ଶେଖର ନାୟକ । ଉଦଘାଟନୀ ଉତ୍ସବ ଏବଂ ଖେଳ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା !

Leave a Reply

Your email address will not be published. Required fields are marked *