ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଂଚଳର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୁକିନ୍ଦା ମାଧପୁର ଆଦର୍ଶ ବିଦ୍ୟାଳୟ ରାସ୍ତା କଡ଼ ଜଙ୍ଗଲରେ ରବିବାର ଅପରାହ୍ନ ସମୟରେ ନିଆଁ ଲାଗିଥିଲା । ନିଆଁ ଗ୍ରାମ ମୁଁହା ହେଉଥିବା ଗ୍ରାମବାସି ମାନେ ଦେଖି ନିଆଁକୁ ଆୟତ କରିବାରେ ବିଫଳ ହେବାରୁ ତୁରନ୍ତ ସୁକିନ୍ଦା ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ ! ସୁକିନ୍ଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ! ସଂଶାଇଲୋ ପଞ୍ଚାୟତ ପାତ୍ରମରା ଗ୍ରାମ ପାଖ ଚାଷ ଜମିରେ ଥିବା ଏକ ବଡ଼ ମହୁଲ ଗଛରେ ନିଆଁ ଲାଗିଥିଲା । ସେହିପରି ପାଟପୁର ଗ୍ରାମ ପାଖ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିଲା । ଏହି ସମସ୍ତ ଅଗ୍ନିକାଣ୍ଡକୁ ଦମକଳ ବାହୀନି ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।
ସୁକିନ୍ଦାର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ କର୍ମଚାରୀ !!!

