ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଚାଷୀମାନଙ୍କୁ ଆୟକୁ ଦ୍ୱଗୁଣିତ କରିବା ନିମନ୍ତେ ବିଭିନ୍ନ ବିଭାଗ ସହଯୋଗ ରହି କାର୍ଯ୍ୟ କଲେ ସରକାରଙ୍କ ଉଦେଶ୍ୟ ସାଧିତ ହେବ , ଜିଲ୍ଲା ସ୍ତରୀୟ କୃଷି ମେଳା ଉଦଯାପନ ଅବସରରେ ଏକଥା ପ୍ରକାଶ କରିଛନ୍ତି – ମୃତ୍ତିକା ସଂକ୍ଷଣ ନିର୍ଦ୍ଦେଶକ ! ରାୟଗଡା ରେ ଦୀର୍ଘ ୪ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ କୃଷି ଉତ୍ସବ ଆଜି ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ମିଶନ ଯୋଗଦାନ କରି ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ କହିଲେ ଯେ , ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରି ନିମନ୍ତେ ଵୈଷୟକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ ! ପାଗର ଚର୍ମ ପରିବର୍ତ୍ତନ ଓ ଅଦିନିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଠିକ ଭାବରେ ହୋଇ ପାରୁନାହିଁ l ବର୍ଷା ଜଳକୁ ସଂରକ୍ଷଣ ନିମନ୍ତେ କ୍ଷେତ ପୋଖରୀ ଓ ମିଶ୍ରିତ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ l ସ୍ୱଳ୍ପ ମିଆଦୀ ଚାଷ ବିଶେଷ କରି ପନିପରିବା, ଫଳ ଚାଷ, କୁକୁଡ଼ା, ଛେଳି, ମାଛ ଓ ଅନ୍ୟାନ୍ୟ ଅର୍ଥକାରୀ ଚାଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l

ଜିଲ୍ଲାପାଳ ରାୟଗଡା ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା, ଗୁଡରି ପଂଚାୟତ ସମିତି ଅଧ୍ୟକ୍ଷl ଲକ୍ଷ୍ମୀ ଶବର, କଲନାରା ପଂଚାୟତ ସମିତି ଅଧ୍ୟକ୍ଷl ସଂଯୁକ୍ତା କୁଲେସିକା, ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ପତିତପାବନ ସାମନ୍ତରାୟ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୁଲୁକାନ୍ତି ତାଜନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଆଦି ଯୋଗଦାନ କରି ଚାଷୀ ମାନଙ୍କୁ କୃଷି ମେଳାର ଆବଶ୍ୟକତା ଓ ଆଧୁନିକ ପ୍ରଣାଳୀରେ ଚାଷ କଲେ ଚାଷୀ କିପରି ଲାଭବାନ ହୋଇପାରିବ ସେଉପରେ ବୁଝାଇଥିଲେ l ଆଧୁନିକ ପ୍ରଣାଳୀ କୃଷି କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇ ପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ସବସିଡି ମାଧ୍ୟମରେ କୃଷକଙ୍କୁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ମିଶନ ଦୟାନିଧି ବାଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ୮ ଜଣକୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ରାୟଗଡ ବ୍ଳକର ପ୍ରଭାକର ଅଜାକୁଲା, ପାତ୍ର ମାଝୀ, ବିଶ୍ୱମ୍ବର ନାୟକ କାଶୀପୁର, ରାୟଗଡ ବ୍ଳକର ମୁଗୀ କିଳାକା ଓ ପୁଷ୍ପା କିଳାକା, ଏସ.ଶର୍ବେଶ୍ୱର ରlଓ,ପଦ୍ମପୁର ବ୍ଳକ, ନିଲମ୍ବର ଶବର ଗୁଡ଼ାରି, ପ୍ରକାଶ ବେହେରା ରମାନଗୁଡ଼ାକୁ ସମ୍ମାନିତ କରିଥିଲେ l ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା !

