ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି କି ପାରଳାଖେମୁଣ୍ଡି ସହରରେ ମହାରାଜାଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ 130 ବର୍ଷ ର ପୁରୁଣା ଏହା ଓଡ଼ିଶାର ତୃତୀୟ ସର୍ଵ ପୁରାତନ କଲେଜ ତଥା ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ କଲେଜ । ଏହି କଲେଜରୁ ବହୁ ଛାତ୍ର ଛାତ୍ରୀ ପାଠ ପଢି ଜାତୀୟ ତଥା ଆନ୍ତଃର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏହି କଲେଜରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟ ସହିତ ଅଧିକାଂଶ ବିଷୟରେ ଅନର୍ସ ଓ ସ୍ନାତକୋତ୍ତର ଶ୍ରେଣୀ ଖୋଲାଯାଇଛି । ଓଡ଼ିଶାରେ 50 ବର୍ଷର ପୁରୁଣା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁଥିବା ବେଳେ ପାରଳା ମହାବିଦ୍ୟାଳୟ କୁ କାହିଁକି ଏଥିରୁ ବଞ୍ଚିତ କରାଯାଉଛି ତାହା ସମସ୍ତଙ୍କୁ ବିସ୍ମିତ କରାଉଛି । ଏଥିପାଇଁ ରାଜନୈତିକ ଚାପର ଅଭାବ ପରିଲିଖିତ ହେଉଛି । ଯେହେତୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ତଥା ଗଜପତି ଜିଲ୍ଲାର ଅବଦାନ ସର୍ବାଗ୍ରେ ରହିଛି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏହି କଲେଜ ଓ ଜିଲ୍ଲା ପ୍ରତି ଅନୁକମ୍ପା ଥିବା ବେଳେ ତାଙ୍କ ସୁପୁତ୍ର ଓଡ଼ିଶାର ଅପ୍ରତିଦ୍ବନ୍ଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥାକୁ ସହୃଦୟତାର ବିଚାର କରି ଅତିଶୀଘ୍ର ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ସହରର ବୁଦ୍ଧିଜୀବୀ ପୁରାତନ ଛାତ୍ର ଛାତ୍ରୀ ଜନ ସାଧାରଣ ବରିଷ୍ଠ ନାଗରିକଙ୍କ ତରଫରୁ ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସରକାରଙ୍କ ନିକଟରେ ନିବେଦନ କରିବା ସହ ଲିଖିତ ଆକାରରେ ଗଣମାଧ୍ୟମକୁ ଜଣାଇଛନ୍ତି ।
130 ବର୍ଷ ପୁରୁଣା କଲେଜକୁ ଅଣଦେଖା !!!

