ଜୟୀରାମପୁର ପଞ୍ଚାୟତ ରେ ବିଜେଡିରେ ସାମିଲ ହେଲେ ୫୦୦ ରୁ ଅଧିକ କର୍ମୀ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜୟୀରାମପୁର ପଞ୍ଚାୟତ ରେ ବ୍ଲକ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନବୀନ ପଟ୍ଟନାୟକ ଙ୍କ ୨୫ ବର୍ଷ ର ସ୍ବଚ୍ଛ ଶାସନ ଏବଂ ପ୍ରତାପ ଜେନା ଙ୍କ ଲୋକାଭିମୁଖୀ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୟୀରାମପୁର ପଞ୍ଚାୟତ ରେ ସ୍ଵାଧିନୀ ଭାବେ ବିଜୟ ଲାଭ କରିଥିବା ସରପଂଚ ସ୍ଵାତୀ ସୂଚରୀତା ରାଉତ ଏବଂ ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଦାସ ଙ୍କ ସମେତ ୫୦୦ ରୁ ଅଧିକ ଉଭୟ ପୁରୁଷ ଓ ମହିଳା କର୍ମୀ ବିଜେପି ଏବଂ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡି ରେ ସାମିଲ ହୋଇଛନ୍ତି । ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୂଖ୍ୟ ଅତିଥି ରୂପେ ଯୋଗଦେଇ ଜୟୀରାମପୁର ପଞ୍ଚାୟତ ସରପଞ୍ଚ ସ୍ଵାତୀ ସୂଚରୀତା ରାଉତ ଏବଂ ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଦାସ ସମେତ ୫୦୦ ରୁ ଅଧିକ ବିଜେଡି ରେ ସାମିଲ୍ ହୋଇଥିବା କର୍ମୀ ମାନଙ୍କୁ ସ୍ଵାଗତ ପୂର୍ବକ ଫୁଲହାର ଦେବା ସହିତ ଉତ୍ତରୀୟ ପକାଇ ସ୍ଵାଗତ କରିଥିଲେ । ଜୟୀରାମପୁର ପଞ୍ଚାୟତ ର ଉନ୍ନତି ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଶ୍ରୀ ଜେନା ପ୍ରତିଶୃତି ଦେବା ସହ ଯେପରି ଦୁର୍ନୀତି ନ ହେବ ସେଥିପ୍ରତି ଲୋକ ପ୍ରତିନିଧି ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗିରୀଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପ୍ଲବ କାପ , ଜଶ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *