କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ସରକାର ଙ୍କ ଯୋଜନା ମାଳମାଳ , ଏଠି ସରକାର ଙ୍କ ପ୍ରାଣୀ ଚିକିତ୍ସା କାର୍ଯ୍ୟ ଯେମିତି ଦୁର୍ବଳ ହୋଇପଡିଛ । ପୁରୀ ଜିଲ୍ଲା କଣାସ ବ୍ଲକ୍ ର ପ୍ରାଣୀ ଚିକିତ୍ସାଳୟ ରେ ନାହିଁ ନାହିଁ ରେ ଚାଲିଛି ପଶୁ ମାନଙ୍କର ଚିକିତ୍ସା । ପୁଣି ବରଗଛ ଚେରରେ ସାଲାଇନ ବାନ୍ଧି ତାରି ମୁଳରେ ଚାଲିଛି ପ୍ରାଣୀ ଚିକିତ୍ସା । ଏଠି ପ୍ରଶ୍ନ ଉଠୁଛି ଯଦି ସେହି ଗଛରୁ ଡାଳ ଭାଙ୍ଗି ଚିକିତ୍ସା କରୁଥିବା ଡାକ୍ତର କିମ୍ବା ଚିକିତ୍ସା ହୋଉଥିବା ପଶୁମାନଙ୍କ ଉପରେ ପଡିଯିବ ଏଥିପ୍ରତି ଦାୟୀ ରହିବ କିଏ । ସରକାର ପଶୁ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି କିଏ ବାଟମାରଣା କରୁଛି । ପ୍ରଶାସନିକ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।