କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ୪୨ ମୌଜା ଅର୍ନ୍ତଗତ ବେଣ୍ଟକାର ହାଇସ୍କୁଲର ୧୯୮୪ ବ୍ୟାଚ ଛାତ୍ରଛାତ୍ରୀ ଙ୍କର ବନ୍ଧୁମିଳନ ଓ ବଣଭୋଜି ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀରାମ କାଠଯୋଡି ନଦୀକୂଳରେ ପ୍ରାକୃତିକ ପରିବେଶପୂର୍ଣ୍ଣ ବଂଶୀଧର ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ୧୯୮୬ ମସିହା ଛାତ୍ରଛାତ୍ରୀ ମାନେ ଏହି ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସପରିବାର ଯୋଗ ଦେଇଥିଲେ । ଏହି ବନ୍ଧୁମିଳନ ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଜଙ୍ଗଲ ସୃଷ୍ଟି ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ସହିତ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ବଣଭୋଜି କାର୍ଯ୍ୟକ୍ରମକୁ ବ୍ୟାଚ୍ ସାଥୀ କାର୍ତ୍ତିକ ଚନ୍ଦ୍ର ପଣ୍ଡା ସୁଚାରୁ ରୂପେ ସମ୍ପାଦନା କରିଥିଲେ ।
ବେଣ୍ଟକାର ହାଇସ୍କୁଲ ୧୯୮୪ ଵ୍ୟାଚ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!!

