ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାସ୍ତା ଉପରେ ଜଳିଗଲା ଚଳନ୍ତା କାର । ହୁତୁ ହୁତୁ ହୋଇ ନିଆଁ ଉଠିଲା , ସଠିକ ସମୟ ରେ ଚାଳକ ଓ ଯାତ୍ରୀ କାରରୁ ଓଲ୍ହାଇ ପଡିବାରୁ ବର୍ତ୍ତିଗଲେ । କରିଲପାଟଣା ଗୋପେଇ ଗାଁ ରେ ବନ୍ଧମୁଣ୍ଡା ରେ ଘଟିଛି ଏଭଳି ଘଟଣା । କୋରୁଆ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଥିବା ଜଣା ପଡିଛି ।ଗାଡିର ମlଲିକ ତିର୍ତୋଲ ଅଞ୍ଚଳ ର ନିହାରିକା ଭୋଳ ବୋଲି ସୂଚନା ମିଳିଛି । ତିର୍ତୋଲ ଅଞ୍ଚଳରୁ କରିଲୋ ପାଟଣା ଅଞ୍ଚଳ ନଡ଼ିଆ ବରେଇ କୁ ଭୋଜି ଖାଇବାକୁ ଆସିଥିବା ବେଳେ ଗାଡ଼ି ରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡ଼ି ରେ ଦୁଇ ଜଣ ଥିବା ବେଳେ ସଠିକ ସମୟ ରେ ସେମାନେ ଗାଡ଼ି ରୁ ଓଲ୍ହାଇ ପଡ଼ିଥିଲେ । କାରର ନମ୍ବର OD 05 AW 7686 ! ଗାଡ଼ି ଟି ଦୁଇ ବର୍ଷ ପାଞ୍ଚ ମାସ ପୂର୍ବେ କିଣା ଯାଇଥିଲା. ଗାଡ଼ି ଟି ସମ୍ପୂର୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *