ବିଦେଶରେ ମନ ମୋହିଲେ ପାରଳାର ନୃତ୍ୟଶିଳ୍ପୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଗୁରୁ ସୁଶ୍ରୀ ଡ଼ି. ପ୍ରିୟଙ୍କା ଏବଂ ଓଡ଼ିଶାର ବିଶିଷ୍ଟ ନୃତ୍ୟଗୁରୁ ଡକ୍ଟର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କର ମିଳିତ ନେତୃତ୍ୱରେ ଏହି ଅନୁଷ୍ଠାନର ୬ ଜଣ ନୃତ୍ୟଶିଳ୍ପୀ – ବିଷ୍ଣୁପ୍ରିୟା ମଣ୍ଡଳ, ତନିଷା ବେବର୍ତ୍ତା, ଶୁଭଶ୍ରୀ ପାଣିଗ୍ରାହୀ, ସ୍ଵପ୍ନାରାଣୀ ପାଣିଗ୍ରାହୀ,ରିଶିତା ପାତ୍ର ଓ ଅନେଷ୍କା ଅନୋହିତା ସାହୁ ମାଲେସିଆ ଗସ୍ତରେ ଯାଇଥିଲେ । ଶିରିଡ଼ି ସାଇବାବା ସେଣ୍ଟର୍ ଦ୍ଵାର ମାଲେସିଆର କୁଆଲା ଲୁମ୍ପୁପୁର ଠାରେ ଆୟୋଜିତ ଇଣ୍ଡିଆନ୍ ଡାନ୍ସ ଫେଷ୍ଟିଭାଲ ୨୦୨୩ ରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହିତ ମାନପତ୍ର ଓ ଉପଢ଼ୌକନ ରେ ସମ୍ମାନିତ ହୋଇଛନ୍ତି । ସେହିପରି ହିନ୍ଦୁସ୍ଥାନ ଆର୍ଟ ଏଣ୍ଡ ମ୍ୟୁଜିକ୍ ସୋସାଇଟି ଏଣ୍ଡ ହାଇ କମିଶନ ଅଫ ଇଣ୍ଡିଆ, କୁଆଲା ଲୁମ୍ପୁପୁର୍ ର ମିଳିତ ଆନୁକୂଲ୍ୟରେ ସନ୍ତାନନ୍ଦ ଅଡିଟୋରିୟମ, ଟେମ୍ପଲ୍ ଅଫ ଫାଇନ ଆର୍ଟସ ଠାରେ ଭାରତ ସଂସ୍କୃତି ଯାତ୍ରା (ଗ୍ଲୋବାଲ ଫେଷ୍ଟିଭାଲ) ରେ ଏହି ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଓଡ଼ିଶା ତଥା ଗଜପତି ଜିଲ୍ଲା ପାଇଁ ସୁଖ୍ୟାତି ଆଣିଦେଇଛନ୍ତି । ଏତଦ୍ ବ୍ୟତୀତ ଗୁରୁ ସୁଶ୍ରୀ ଡ଼ି. ପ୍ରିୟଙ୍କା ଙ୍କୁ ପଦ୍ମଶ୍ରୀ ରମଲି ଇବ୍ରହିମ୍ ଏବଂ କାଉନସିଲର (କମ୍ୟୁନିଟି ଆଫାୟର୍ସ ଆଣ୍ଡ ଲେବର) ଇଣ୍ଡିଆନ୍ ହାଇ କମିଶନ ମିସ୍ ଅମ୍ରିତା ଦାସ ଙ୍କ ଦ୍ଵାରା ଉପଢ଼ୌକନ, ମାନପତ୍ର ଏବଂ ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପ୍ରକାଶ ଯୋଗ୍ୟ ରେ ଏହି ଅନୁଷ୍ଠାନ କଳାକାର ମାନେ ପୁର୍ବ ରୁ ଅନେକ ଥର ବିଦେଶ ରେ କଳା ପ୍ରଦର୍ଶନ କରି ସୁନାମ ଅର୍ଜନ କରିବା ସହ ପାରଳାଖେମୁଣ୍ଡି ପରି ଉପାନ୍ତ ଅଞ୍ଚଳରେ ମଧ୍ୟ ବିଦେଶ ରୁ କଳାକାର ମାନଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି, କଳାକାର ମାନେ ବିଦେଶ ରୁ କଳା ପ୍ରଦର୍ଶନ କରି ଫେରିବା ପରେ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ଓ କଳାପ୍ରେମି ଙ୍କ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *