ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସିଲ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ବାସିନ୍ଦା ଅଜୁ ମୁଣ୍ଡାଙ୍କ ପରିବାର ବର୍ଗ କେହି ଘରେ ନଥିବା ସମୟରେ ଅଜାଣତରେ ଅଜୁ ମୁଣ୍ଡାଙ୍କ ଘରେ ନିଆଁ ଲାଗି ଯାଇଥିଲା ! ଗ୍ରାମ ଲୋକେ ନିଆଁକୁ ଆୟତ କରିଥିବା ବିଫଳ ହେବାରୁ ତୁରନ୍ତ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ ଦମକଳ ବାହିନୀ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା ! ତେବେ ସେତେବେଳକୁ ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଘର ମଧ୍ୟରେ ଥିବା ଆସବାବ ପତ୍ର ଧନ ସମ୍ପତ୍ତି ମଧ୍ଯ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ତହସିଲଦାର ସୂଚନା ପାଇବା ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଆରଆଇ ବାଇଧର ଜତି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।