ପାଟକୁରା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ କର୍ମୀ ସମ୍ମିଳନୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠେଙ୍ଗ ମହାଦେବ ପଡିଆ ବରାହୀଲୋ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପାଟକୁରା କଂଗ୍ରେସ ନେତା ଶ୍ରୀଯୁକ୍ତ ରତିକାନ୍ତ କାନୁନଗୋ ଏବଂ ଡେରାବିଶ ବ୍ଲକ ସଭାପତି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିର୍ମଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ନରୋତ୍ତମ ବେହେରା ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ବିଭିନ୍ନ ପଞ୍ଚାୟତ ସଭାପତି, ପୂର୍ବତନ କର୍ମୀ ଙ୍କ ସମେତ ଶତାଧିକ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ l ଏହା ଏକ କର୍ମୀ ସମ୍ମିଳନୀ ନୁହେଁ ବରଂ ଏହା ହେଉଛି 2024 ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତି ବୋଲି କହିଛନ୍ତି ରତିକାନ୍ତ କାନୁନଗୋ ।

Leave a Reply

Your email address will not be published. Required fields are marked *