ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗୋବରଘାଟି ବିସ୍ଥାପିତ କଲୋନୀରେ ନିଆଁ ଲାଗି ଦୁଇ ବଖରା ଘର ଜଳି ନଷ୍ଟ ! ସୁକିନ୍ଦା ତହସିଲ ଅନ୍ତର୍ଗତ ଗୋବରଘାଟି ବିସ୍ଥାପିତ କଲୋନୀ ବାସିନ୍ଦା ସଂଗ୍ରାମ ସଏ ଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା ! ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ଟାଟା ଫାୟାର କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ! ଟାଟା ଫାୟାର କର୍ମଚାରୀ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସଂଗ୍ରାମ ସଏ ଙ୍କ ଦୁଇ ବଖରା ଘର ସହିତ ସମସ୍ତ ଆସବାବ ପତ୍ର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ଗୋବରଘାଟି ବିସ୍ଥାପିତ କଲୋନୀରେ ନିଆଁ ଲାଗି ଦୁଇ ବଖରା ଘର ଜଳି ନଷ୍ଟ !!!

