ସୁକିନ୍ଦା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ! ବିଭିନ୍ନ ଶୈବ ପୀଠରେ ଉପସ୍ଥିତ ରହିଲେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ! ପବିତ୍ର ଜାଗର ଯାତ୍ରା ଅବସରରେ ସୁକିନ୍ଦା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ସୁକିନ୍ଦାର ସର୍ବପୁରାତନ କଜଳେଇ ଶିବ ମନ୍ଦିର , ଡ଼ୁବୁରୀ କପିଳେଶ୍ୱର ଶିବ ମନ୍ଦିର, ଗରାମିଆ , କାକୁଡ଼ିଆ , ଦାମୋଦରପୁର , ଗରିବେଶ୍ୱର ମନ୍ଦିର, ବ୍ଲକ କଲୋନୀ, ଝୁମ୍ପାଣ, ଓଳୀଆ ଆଦି ମନ୍ଦିରରେ ଦିନ ତମାମ ଭକ୍ତଙ୍କ ସମାଗମ ଲାଗିରହିଥିବା ଦେଖିବାକୁ ମିଳିଛି । ଆଜି ଦିନରେ ସୁକିନ୍ଦା କଜଳେଇ ମନ୍ଦିରରେ ହରିହର ଭେଟ ହୋଇଥାଏ, ଯାହାକୁ ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥାନ୍ତି । ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ରାମଖେଚଡ଼ିର ବ୍ୟବସ୍ଥା କରାଯାଇଥିଲା । ତାସହିତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇ ଓ ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳସାମନ୍ତ ତାଙ୍କ ସମର୍ଥକ ମାନଙ୍କ ସହିତ ସୁକିନ୍ଦା ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ପହଞ୍ଚି ଆଶୀର୍ବାଦ କାମନା କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *