ଗଳ୍ପ ସଂକଳନ ଏକବିଂଶ ଶତାବ୍ଦୀର ରେବତୀ ଲୋକାର୍ପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ହିତୈଷିଣି ସମାଜ ସଭାଗୃହରେ ଯୁବ ପ୍ରତିଭା ଆନୁକୁଲ୍ୟରେ ଯୁବ କବି ତଥା ଗାଳ୍ପିକ ନରସିଂହ ପଟ୍ଟନାୟକ ଙ୍କ ଗଳ୍ପ ସଂକଳନ ଏକବିଂଶ ଶତାବ୍ଦୀର ରେବତୀ ଲୋକାର୍ପିତ ହୋଇଯାଇଛି । ଏହାକୁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଥିଲେ । ଏଥିରେ ଯୁଗ୍ମ ଅତିଥି ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ତଥା ମାଲକାନଗିରି ର ବୁଲୁ ହୋତା , ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଭ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସମୀକ୍ଷକ ନବରଙ୍ଗପୁରର ଅଶୋକ ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଗଳ୍ପ ସଂକଳନ ପୁସ୍ତକରେ ନରସିଂହ ପଟ୍ଟନାୟକଙ୍କ ଦ୍ବାରା 21 ଟି ଗଳ୍ପ ସ୍ଥାନିତ ହୋଇଛି । ସମସ୍ତ ଗଳ୍ପରେ ରେବତୀ ନାମକ ଏକ ବର୍ଣ୍ଣନାକାରୀ ବ୍ୟକ୍ତି ଏକବିଂଶ ଶତାବ୍ଦୀରେ ମଧ୍ୟ ଅବହେଳିତ ହୋଇଥିବା ବର୍ଣ୍ଣିତ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଡକ୍ଟର କଲ୍ୟାଣି ମିଶ୍ର ଆକାଶବାଣୀ ସଂଯୋଜିକା ଦେବୀରାଣୀ ନନ୍ଦ, ବ୍ରହ୍ମପୁରର କବି କପିଳ ଚନ୍ଦ୍ର ମହାନ୍ତି, ମୁରଲୀଧର ପରିଛା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଏବଂ କବି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *