କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରଲ ହୋଇଛି । ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଦିବ୍ୟଶଙ୍କର ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରୁଥିବା ସୂଚନା ଦେଇଛନ୍ତି । ଆସନ୍ତା ଫେବୃଆରୀ ଶେଷ ସପ୍ତାହରେ ପୁରୀ ଠାରେ ସେ ବିବାହ କରିବେ ବୋଲି କହିଛନ୍ତି । ଏହା ଉଭୟଙ୍କ ଦ୍ୱିତୀୟ ବିବାହ ! ଶ୍ରୀ ମିଶ୍ର ପୂର୍ବରୁ ଜୟପାଟଣା ର ଜଣେ ଯୁବତୀଙ୍କୁ ବିବାହ କରିଥିଲେ , ତାଙ୍କର ଜଣେ ପୁଅ ମଧ୍ୟ ରହିଛି ସେ ଦୁବାଇ ରେ ରହି ପାଠ ପଢ଼ୁଥିବା ଜଣା ପଡ଼ିଛି । ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ କୌଣସି କାରଣକୁ ନେଇ ସେ ଛାଡ଼ପତ୍ର ଦେଇଥିଲେ । ଏହି ଖବରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଥାଉକି ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉକି ଅର୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ କଳାହାଣ୍ଡି ଚର୍ଚ୍ଚାରେ ରହି ଆସିଛି ।

