ଜମି ବାଡ଼ି ପାଇଁ ବାପା ଓ ମା” ଙ୍କୁ ପୁଅର ମରଣାନ୍ତକ ଆକ୍ରମଣ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜମି ବାଡ଼ି ବିବାଦକୁ ନେଇ ପୁଅର ବାପା ଓ ମା” ଙ୍କୁ ମାରଣାନ୍ତ୍ର ଆକ୍ରମଣ ନେଇ ଥାନା ରେ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବା ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ନିଶ୍ଚିନ୍ତକୋଇଲି ପଞ୍ଚାୟତ ନିଶ୍ଚିନ୍ତକୋଇଲି ଗ୍ରାମରେ । ସେହି ଗ୍ରାମର ୮୩ ବର୍ଷୀୟ ବୃଦ୍ଧ ଗୋପିନାଥ ସାହୁ ଏବଂ ତାଙ୍କ ପତ୍ନୀ ଶକୁନ୍ତଳା ସାହୁ ଙ୍କୁ ବଡ଼ପୁଅ ମୁରଲୀଧର ସାହୁ ଗତ ୧୯ ତାରିଖ ରବିବାର ଦିନ ବିଳମ୍ବିତ ରାତିରେ ଅଚାନକ ମରଣାନ୍ତକ ଆକ୍ରମଣ କରିଥିବା ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଗୋପିନାଥ ସାହୁ ଙ୍କ ଦୁଇପୁଅ ଙ୍କ ମଧ୍ୟରେ ଜମିବାଡ଼ି ବାବଦକୁ ବିବାଦ ଚାଲିଥିବା ବେଳେ ସାନ ପୁଅ ମାଧବାନନ୍ଦ ସାହୁ ଘର ଛାଡି ତାଙ୍କ ପରିବାରକୁ ନେଇ ଘର ଭଡ଼ା ରୁହନ୍ତି । ବଡ଼ପୁଅ ମୁରଲୀଧର ସାହୁ ଙ୍କ ପାଖରେ ବାପା ମା ରହି ଆସୁଥିଲେ । ଗତ ୧୯ ତାରିଖ ଦିନ ବିଳମ୍ବିତ ରାତିରେ ବଡ଼ପୁଅ ମୁରଲୀଧର ଘରକୁ ଆସି ଅଚାନକ ବାପା ଗୋପିନାଥ ସାହୁ ଙ୍କୁ ଖରପା ଭାଷାରେ ଗାଳିଗୁଲଜ କରିବା ସହିତ ଘୋଷାଡି ଆଣି ଏକ ଠେଙ୍ଗା ସାହାଯ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଜିବନ ରୁ ମାରିଦେବା ମଧ୍ୟ ଧମକ ଦେଇଥିଲେ । ଏହାକୁ ଦେଖି ଗୋପିନାଥ ଙ୍କ ପତ୍ନୀ ପୁଅ କୁ ବାପାକୁ ନ ମାରିବା ପାଇଁ କାକୁତି ମିନତି ହୋଇଥିଲେ ମଧ୍ୟ ପୁଅ ମା ଙ୍କ କଥା ନଶୁଣି ଜନ୍ମିତ ମା କୁ ଘୋଷାଡି ଫୋପାଡି ଦେଇଥିଲେ । ପଡୋଶୀ ଲୋକ ମାନଙ୍କ ଠାରୁ ସାନପୁଅ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାପା ଓ ମା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ । ଗୁରୁତର ଗୋପିନାଥ ସାହୁ ଏନେଇ ନିଶ୍ଚିନ୍ତକୋଇଲି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଜିବନ ପ୍ରତି ବିପଦ ଥିବାରୁ ସେ ତାଙ୍କ ପୁଅ କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏବେ ସାନ ପୁଅ ଙ୍କ ପାଖରେ ବାପା ମା ରହି ଘରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *