ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ 22 ତାରିଖ ରୁ 24 ତାରିଖ ପର୍ଯ୍ୟନ୍ତ ଗୋ ପାଳନ ବିଷୟରେ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଶ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଉମାକାନ୍ତ ରଣା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା ତାଲିମ ସଂଯୋଜକ ଅଭିଜିତ ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରୀକାନ୍ତ ଖଟୁଆ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୋଶାଣୀ, ଗୁମ୍ମା, କାଶୀ ନଗରର ଚାଷି ଉପସ୍ଥିତ ରହିଥିବା ସମୟରେ ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା , ଗାଈ ମାନଙ୍କୁ ପ୍ରଜଜନ ବିଷୟରେ ବିଭିନ୍ନ ରୋଗ ବିଷୟରେ , ଅନଲାଇନ ଜରିଆରେ କିପରି ଚାଷି କୌଶଳ ଶିଖି ପାରିବେ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *