କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦୈନିକ ବାଲିଘାଟରୁ ବାଲି ଚାଲାଣ ବେଳେ ଠିକ୍ ରୂପେ ପାଲ ଦ୍ୱାରା ଢାଙ୍କି କରି ନନେବା ଓ ଓଦା ବାଲି ଚାଲାଣ ଯୋଗୁଁ ବାଲି ପଡ଼ି ରାସ୍ତା ଗୁଡ଼ିକ ବିପଦପୂର୍ଣ୍ଣ ହୋଇ ପଡ଼ିଛି । କଟକ ଓ ସିଡିଏ ଅଞ୍ଚଳରେ ବହୁ ଘାଟ ଥିବାରୁ ସବୁଠାରୁ ବେଶୀ ଏହାର ଆଖପାଖ ଅଞ୍ଚଳରେ ବାଲିମୟ ହେବାରେ ଲାଗିଛି ! ଜନ ସାଧାରଣଙ୍କୁ ଗାଡିର କାଗଜପତ୍ର ଯୋଗାଡ଼ କରିବାକୁ 6 ମାସ ସମୟ ଦିଆଗଲା ! କିନ୍ତୁ ସହରର ରାସ୍ତା ଘାଟ 6 ମାସ ଭିତେରେ ଠିକ ହେଇ ପାରିଲା କି ? ଜଳବନ୍ଦୀରୁ ମୁକ୍ତି ଦେବା ନାମରେ, କଟକର ରାସ୍ତାକୁ ଜାଇକା ବାରମ୍ବାର ବଳାତ୍କାର କରିବାରେ ଲାଗିଛି ! ଆଗରୁ ଟିକିଏ ବର୍ଷା ହେଲେ, କଟକ ସହର ଜଳମୟ ହେଉଥିଲା ! ମାତ୍ର ଆଜି ଜାଇକା ଯୋଗୁଁ କଟକ ସହର କେବଳ ଜଳମୟ ନୁହେଁ, କାଦୁଅମୟ ଓ ଅବୈଧ ବାଲି ଚାଲାଣ ଯୋଗୁଁ ବାଲିମୟ ହୋଇ ବିପଦପୂର୍ଣ୍ଣ ହେବାରେ ଲାଗିଛି । କେଉଁଠି ରାସ୍ତାରେ ଲାଇଟ ନଥିବାରୁ ଅନ୍ଧାର ଯୋଗୁଁ ଓ କେଉଁଠି ବାଲି ଯୋଗୁଁ ଦୁର୍ଘଟଣା ଘଟୁଛି ! ନିୟମକୁ ଅବମାନନା କରି ବାଲି ଚାଲାଣ ବେଳେ ରାସ୍ତାରେ ବାଲି ପଡିବା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ! କିନ୍ତୁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉ ନାହିଁ, କି ନଜର ପଡୁନାହିଁ ! କେବଳ ସଡକ ସୁରକ୍ଷା ଆଇନ ନାମରେ, ସାଧାରଣ ଜନତାଙ୍କୁ ହଇରାଣ କରାଯାଉଛି ! ଜୁଲମ କଣ ଖାଲି ସାଧାରଣ ଲୋକ ସହିବେ ? ଏହାକୁ ପ୍ରତିବାଦ କରିବାକୁ ଯାଇ ଆଜି କଟକ ସହରର ସୁପରିଚିତ ତଥା ଅଗ୍ରଣୀ ସାମାଜିକ ସଙ୍ଗଠନ ” ସୁବାଷ ସଙ୍ଗଠନ ” ର ସଦସ୍ୟ ମାନେ ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କହିଛନ୍ତି । ମଙ୍ଗଳାବାଗ ରିଙ୍ଗ ରୋଡ ଠାରୁ ସଙ୍ଗଠନର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନେ ନିଜେ କୋଦାଳ ଓ ଫାଉଡା ଧରି ରାସ୍ତା କଡ଼ରେ ପଡ଼ିଥିବା ବାଲି ଉଠାଇ କଟକ ମହାନଗର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥଲେ । ସରକାର, ଜିଲ୍ଲା ପ୍ରଶାସନ ଓ କଟକ ମୁନିସିପାଲଟିର କୁମ୍ଭକର୍ଣ୍ଣ ବା ଶୀତନିଦ୍ରା କେବେ ଭାଙ୍ଗିବ ? ଆଉ ଏ ସବୁ ପ୍ରଶ୍ନ ର ଜବାବ କଟକିଆଙ୍କୁ କେବେ ମିଳିବ , ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବେ ଏହି ଅବ୍ୟବସ୍ଥାର ସମାଧାନ ହେବ ତାହା ଏବେ ଦେଖିବାକୁ ବାକି ରହିଲା ।
ବାଲିର ଚାଦର ତଳେ କଟକ ସହର : କୋଦାଳ ଓ ଫାଉଡ଼ା ଧରି ରାସ୍ତା ସଫା କଲେ ସୁବାଷ ସଙ୍ଗଠନର ସଦସ୍ୟ !!!

