ବାଲିଗୁଡା ରେ ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ସୋମବାର ଠାରୁ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ରବିବାର ଦିନ ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଦୁର୍ଗା, ପାଟ୍ଟଖଣ୍ଡା ଓ ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ଆଣା ଯାଇ ନିକଟସ୍ଥ ଖଡ଼ଗ ନଦୀ ରୁ ପୂଜାର୍ଚ୍ଚନା କରି କଳସରେ ଜଳ ଆଣି ସମଗ୍ର ନଗର ପରିକ୍ରମା କରାଯାଇ ଯଜ୍ଞ ସ୍ଥଳ କୁ ଅଣାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି l ଏତଦ ବ୍ୟତୀତ ଜ଼ିଲ୍ଲାର କୋଣ ଅନୁକୋଣ ରୁ ତିରିଶି ହଜାର ରୁ ଉର୍ଦ୍ଧ ଭକ୍ତ ଓ଼ ଶ୍ରଦ୍ଧାଳୁ ଙ୍କ ସମାଗମ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *