ବାଣପୁର ତୋଟାଗାଁ ରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ : ଦୁଇ ପରିବାରର ଦୁଇ ବଖରା ଜଳି ପାଉଁଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋଟାଗାଁ ରେ ଗତକାଲି ବିଳମ୍ୱିତ ରାତିରେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ଦୁଇ ବଖରା ଘର ଜଳିଯାଇ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଗତକାଲି ବିଳମ୍ୱିତ କୌଣସି କାରଣ ବଶତଃ ବିଦ୍ୟୁତ ସଟସର୍କିଟ ଘଟି ତୋଟାଗାଁ ଗ୍ରାମର ତୋଫାନ ଜେନା ଏବଂ ବ୍ରଜ ପ୍ରଧାନ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ଦୁଇ ପରିବାରର ଦୁଇ ବଖରା ପୋଡି ଯାଇଥିବା ବେଳେ ଘରର ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ବାହିନୀ କର୍ମଚାରି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବାର ଜଣା ପଡିଛି । କ୍ଷତିଗସ୍ତ ଦୁଇ ପରିବାର ଅତି ଗରିବ ହୋଇଥିବା ବେଳେ ସରକାରୀ ସ୍ତରରେ କିଛି ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *