ବାଣପୁର ପଞ୍ଚଦୋଳ ଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଞ୍ଚଦୋଳ ଯାତ୍ରା ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପ ସଭାଗୃହରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ପଞ୍ଚୁ୍ଦୋଳ ଯାତ୍ରା କମିଟିର ଉପସଭାପତି ବୀରଭଦ୍ର କାଣ୍ଡି, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସମେତ ବାଲୁଗାଁ ବାଣପୁରର ବିଭିନ୍ନ ବିଭାଗୀୟ ପ୍ରଶାସନିକ ଅଧିକାରୀ ସମେତ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଓ ପଞ୍ଚଦୋଳ କମିଟି ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ । ତେବେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଠାକୁର ଓ ଠାକୁରାଣୀ ମାନେ ବିଭିନ୍ନ ବିମାନରେ ପାଟ ପଟୁଆରରେ ଯୋଗଦେବା ଏବଂ ୧୩ ତାରିଖରେ ପଞ୍ଚଦୋଳ ମେଳଣ ପର୍ବ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିବା ବେଳେ ପଞ୍ଚୁ ଦୋଳ ଯାତ୍ରା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା I ତେବେ ପଞ୍ଚଦୋଳ ଯାତ୍ରା ରେ ପ୍ରଶାସନ ପକ୍ଷରୁ କମିଟିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିବା ବେଳେ , ଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା, ବିଦ୍ୟୁତ ସେବା , ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା ସହ ସ୍ୱାସ୍ଥ୍ୟସେବା ଠିକ୍ ଭାବେ ଯୋଗାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା I

Leave a Reply

Your email address will not be published. Required fields are marked *