ପାରଳା ବିଧାୟକ ଙ୍କୁ ଭିନ୍ନକ୍ଷମଙ୍କ ସ୍ମାରକପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଭିନ୍ନକ୍ଷମ ମାନେ ମାସିକ ପେନସନ ବୃଦ୍ଧି ସମ୍ପର୍କରେ ଭୁବନେଶ୍ୱର ଠାରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପି ଏମ୍ ଏ ୱାଇ ଯୋଜନାରେ ଘର ବଣ୍ଟନ କରୁନାହାନ୍ତି । ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପାଇଁ ଗଜପତି ଜିଲ୍ଲାର ଶାରୀରିକ ଅକ୍ଷମମାନେ ଭୁବନେଶ୍ୱର ଗସ୍ତ କରି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ରାଓ ଭିନ୍ନକ୍ଷମ ମାନଙ୍କ ମଙ୍ଗଳ ସକାଶେ ନିଶ୍ଚିତ ଭାବେ ବିଧାନସଭା ରେ ଆବଶ୍ୟକ ପ୍ରଶ୍ନ ଦ୍ଵାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭିନ୍ନକ୍ଷମ ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *