ବାଲ୍ୟବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!

0
200

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଲ୍ୟ-ବିବାହ ନିଷେଧ ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ସୁପ୍ରଭାଇଜର , ଜିଲ୍ଲା ଚାଇଲଡ଼ ଲାଇନ ଓ ୱାନଷ୍ଟପ କେନ୍ଦ୍ର “ସଖୀ” ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଶିଶୁ ଓ ମା’ ମାନଙ୍କ କ୍ଷେତ୍ରରେ କାର୍ଯ୍ୟରତ ସିଡିପିଓ ଓ ସୁପ୍ରଭାଇଜର ମାନେ ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟ-ବିବାହକୁ ରୋକିବା ଦିଗରେ ପ୍ରମୁଖ ଭୂମିକା ରହିଛି । ଅପ୍ରାପ୍ତ ବୟସରେ ଶିଶୁ ମାନଙ୍କ ବିବାହ ଅନୁପଯୁକ୍ତ ଓ ଆଇନ ବିରୋଧୀ । ବାଲ୍ୟବିବାହ ହେଲେ ତାହା ସେମାନଙ୍କ ମାନସିକ , ଶାରୀରିକ ଓ ସାମାଜିକ ବିକାଶରେ ବାଧା କରିଥାଏ । କମ୍ ବୟସରେ ବିବାହ କରୁଥିବା ବାଳିକାର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହା ଘୋର ପ୍ରଭାବ ପକାଇଥାଏ ବୋଲି କହିଥିଲେ ।

ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧିକାରୀ ପ୍ରମୋଦ କୁମାର ରାଉଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନ ଓ ଏଥିପ୍ରତି ରହିଥିବା ଅଧିନିୟମ ଏବଂ ଏହି ବାଲ୍ୟବିବାହକୁ ରୋକିବା ଦିଗରେ କାର୍ଯ୍ୟରତ ସିଡିପିଓ : ସୁପ୍ରଭାଇଜର ଓ ଅନ୍ୟାନ୍ୟ ଲାଇନ ବିଭାଗ କର୍ମକର୍ତ୍ତା ମାନେ କିଭଳି ପଦକ୍ଷେପ ନେବାକୁ ହେବ , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।  ଶିଶୁ ସୁରକ୍ଷା ଓ ବାଲ୍ୟ-ବିବାହ ନିଷେଧ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ମନୋଜ କୁମାର ତ୍ରିପାଠୀ ଯୋଗ ଦେଇ ଗଜପତି ଜିଲ୍ଲାରେ ହେଉଥିବା ବାଲ୍ୟ-ବିବାହକୁ କିଭଳି ରୋକା ଯାଇପାରିବ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସମ୍ପୃକ୍ତ ଅଧିକାରୀ ମାନେ ଏ ଦିଗରେ ସେମାନଙ୍କ ଦାୟିତ୍ୱକୁ କିଭଳି ସୁଚାରୁ ରୂପେ ସମ୍ପାଦନା କରିବେ ଏବଂ କେଉଁ କେଉଁ ଦିଗ ପ୍ରତି ଓ କିଭଳି ପଦକ୍ଷେପ ନେବେ, ବାଲ୍ୟବିବାହକୁ ପ୍ରୋତ୍ସାହନ ଦେଉଥିବା ଓ କରୁଥିବା ଲୋକଙ୍କ ପ୍ରତି କିଭଳି ଆଇନଗତ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here