ଜରିପଡ଼ା ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟର ଅବ୍ୟବସ୍ଥା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଜରିପଡ଼ା ଗ୍ରାମ ପଞ୍ଚାୟତର ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟ କାଳୁପଡା ଠାରେ ଶନିବାର ମର୍ଣ୍ଣିଙ୍ଗ କ୍ଲାସ ଯୋଗୁଁ ଛାତ୍ର ଛାତ୍ରୀ ମାନେ ସକାଳ ୬ ଟାରୁ ଆସି ବିଦ୍ୟାଳୟର ଗେଟ୍ ସମ୍ମୁଖରେ ଛିଡ଼ା ହୋଇ ଗେଟ୍ ଖୋଲିବା ପାଇଁ ପିଅନ ଓ ହେଡ ମାଷ୍ଟରଙ୍କୁ ଡାକ ପକାଉଛନ୍ତି । ହେଲେ ହେଡ ମାଷ୍ଟର ୬ : ୪୫ ପଯ୍ୟନ୍ତ ଗାମୁଛା ପିନ୍ଧି ସ୍କୁଲ ଗେଟ୍ ଭିତରେ ବୁଲାବୁଲି କରୁଥିଲେ । ଛାତ୍ର ଛାତ୍ରୀ ମାନଙ୍କର କୌଣସି କଥା କୁ ଧ୍ୟାନ ନ ଦେଇ ଗେଟ୍ ଖୋଲିବା ପାଇଁ ପିଅନକୁ ଆଦେଶ ଦେଉ ନଥିଲେ । ଛାତ୍ର ଛାତ୍ରୀ ମାନେ ଆସି ଅଭିଯୋଗ ଓ ପାଟିତୁଣ୍ଡ କରିବା ପରେ ପିଅନ କୁ ଆଦେଶ ଦେଇ ଗେଟ୍ ଖୋଲିଲେ । ଛାତ୍ର ଛାତ୍ରୀ ମାନେ ସ୍କୁଲ ଗେଟ୍ ପ୍ରବେଶ କଲାପରେ ମଧ୍ୟ ପୁନର୍ବାର ଛାତ୍ର ଛାତ୍ରୀ ମାନଙ୍କୁ ଗେଟ୍ ବାହାରକୁ ବାହାର କରିଦେଲେ । ୭ ଟା ଟାଇମରେ ପୁର୍ନବାର ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରାଇଲେ । ଏପରି ଅବ୍ୟବସ୍ଥା ଯୋଗୁ ଅଭିଭାବକ ମାନେ ଅଭିଯୋଗ କରି ହେଡମାଷ୍ଟରଙ୍କୁ ଜଣାଇବାରୁ ଅଭିଭାବକଙ୍କର କୌଣସି କଥା ଭୃକ୍ଷେପ କଲେନାହିଁ । ପୁନର୍ବାର ଗେଟ୍ ଚାବି କରି ବିଦ୍ୟାଳୟ ଭିତରକୁ ଚାଲିଗଲେ ।

Leave a Reply

Your email address will not be published. Required fields are marked *