ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଙ୍କ ତତ୍ତ୍ୱାବଧାନରେ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ଙ୍କ ଶହେ ସାତ ବର୍ଷ ଜୟନ୍ତୀ ପାଳିତ ହୋଇଯାଇଛି l ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ଅବସରରେ ଅଧ୍ୟକ୍ଷ ମିଟୁ ନାୟକ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ବିଜୁ ଜନତା ଦଳର ସମସ୍ତ କର୍ମୀ ପ୍ରଥମେ ବିଜୁ ପାର୍କରେ ଥିବା ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ । ତାପରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରିଶେଷରେ ବିଜୁ ପାର୍କ ନିକଟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଣପୁର ବିଜ୍ଞାପିତ ଅଞ୍ଚଳର ବିଜୁ ଜନତା ଦଳର ସମସ୍ତ କାଉନସିଲର ସଭ୍ୟ ସଭ୍ୟା ଓ ବାଣପୁର ଅଞ୍ଚଳର ସମସ୍ତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ l
ବାଣପୁର ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ !!!

