କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିଜୁ ପଟ୍ଟନାୟକଙ୍କ 107 ତମ ଜୟନ୍ତୀ ଉତ୍ସବ ପାଳିତ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ହରିଅଙ୍କ ପଂଚାୟତର ହରିଅଙ୍କ ପଡିଆରେ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ,ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠି, ଡେରାବିଶ ବ୍ଲକ ଉପାଧକ୍ଷ ଓ ବିଜୁ ଜନତା ଦଳର ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ, ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡା , ପ୍ରମୋଦ ରଥ ଙ୍କ ସମେତ ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ସମର୍ଥନ ମାନେ ଉପସ୍ଥିତ ରହିଥିଲେ ।
ବିଜୁ ପଟ୍ଟନାୟକଙ୍କ 107 ତମ ଜୟନ୍ତୀ ଉତ୍ସବ ପାଳିତ !!!

