ପରମ୍ପରା ଅନୁଯାୟୀ ବାପଘରେ ତୋରଣୀ ପିଇଲେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଦୋଳ ପୁନେଇରେ ପାରମ୍ପରିକ ରୀତିରେ ବାପଘର ଦୁଆରେ ତୋରାଣୀ ପିଇଲେ । ଓଡିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ଆଡମ୍ୱରରେ ପାଳିତ ହେଉଥିବା ବେଳେ ବାଣପୁର ମା ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦୋଳ ପୁନେଇ । ଶ୍ରୀଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବା ବେଳେ ଏଠାରେ ମା ଭଗବତୀଙ୍କ ଚଳନ୍ତି ପ୍ରତୀମା କାଠି ଠାକୁରାଣୀ ୬ ଦିନ ବ୍ୟାପି ବାଣପୁରର ଅଚ୍ୟୁତରାଜ ପୁର, ଶ୍ରୀନିବାସପୁର, ତୁଳସିଦେଇପୁର ସଙ୍କୁଡି ନୈବେଦ୍ୟ ଗ୍ରହଣ କରିଥିଲେ । ସ୍ନେହ ସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତିକ ତୋରାଣୀ ପିଇ ଭାରଥୁର ଧରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *