ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପବ୍ଲିକ ରାଇଟ ଆସୋସିଏସନ୍ ଓ ମହିଳା ସୁରକ୍ଷା ସଂଗଠନ ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାସ ଙ୍କ ତତ୍ତ୍ଵାବଧାନରେ ପବିତ୍ର ରଙ୍ଗର ପର୍ବ ହୋଲି ଓ ବିଶ୍ଵ ମହିଳା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ! ମାଉସୀମା ମନ୍ଦିର ନିକଟସ୍ଥ ଗୌତମ ନଗର ବସ୍ତି ର ମାଆ ମାନଙ୍କ ସଙ୍ଗେ ଗୀତ ନାଚ ମାଧ୍ୟମରେ ରଙ୍ଗ ଖେଳି, ଶୁଖିଲା ଖାଦ୍ୟ , ପାନୀୟ ଆଦି ଦେଇ ଖୁସିର ବାତାବରଣରେ ଏହି ପର୍ବ କୁ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସୁଦୂର ଆସାମ ରୁ ଆସି ଯୋଗ ଦେଇଥିଲେ ମହିଳା ସୁରକ୍ଷା ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ନମ୍ରତା ଶର୍ମା , ସର୍ବୋଚ୍ଚ ନ୍ୟାୟାଳୟ ର ଆଇନଜୀବୀ ଶ୍ରୀମତୀ ହରପ୍ରିୟା ସାମନ୍ତରାୟ ମହୋଦୟା । ଆସୋସିଏସନ୍ ର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା, ଦମୟନ୍ତୀ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଆଇନଜୀବୀ ସୁଜାତା ରାଣୀ କର, ଆସୋସିଏସନ୍ ର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦିକା ସୁଶ୍ରୀ ଶ୍ୟାମା ମହାନ୍ତି, ପ୍ରମୋଦିନି ମହାପାତ୍ର, ପ୍ରମୋଦିନି ମଲ୍ଲିକ, ଲକ୍ଷ୍ମୀପ୍ରିୟା ପାତ୍ର , ହେମଲତା ସେଠୀ ଓ ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

