ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଡୁଡ୍ନୁ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ୫୦ ଜଣ କବିଙ୍କ ସହ କବିତା ଓ ସଙ୍ଗୀତରେ ରଙ୍ଗକୁ ପରଶି “ ରଙ୍ଗ ଉତ୍ସବ ସମ୍ମାନ ୨୦୨୩ ” ଝାରପଡା ସ୍ଥିତ ଡୁଡ୍ନୁ ଫାଉଣ୍ଡେସନ ପ୍ରାଙ୍ଗଣରେ ପାଳନ କରାଯାଇଛି । ଏହି ଅବସରରେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ (ଭାଷାବିତ୍ ) ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା (କବି ଓ ରାଜନେତା), ସୁଲେଖିକା ଶ୍ରୀମତୀ ଶୃତକର୍ତ୍ତୀ ତ୍ରିପାଠୀ, ଶ୍ରୀଯୁକ୍ତ ବିଜୟ ମିଶ୍ର , ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନ ମହୋଦୟ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାଂସଦ ସୁଲତା ଦେଓ, ଓଡିଶା ଖଦିବୋଡ ଅଧ୍ଯକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା, ଶ୍ରୀଯୁକ୍ତ ଶ୍ରୀଧର ଜେନା, ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଓଝା, ଶ୍ରୀମତୀ ମନସ୍ମିତା ଜେନା ନାୟକ, ଶ୍ରୀମତୀ ଜୟଶ୍ରୀ ଧଳ, ମୀରା ପରିଡା, ଶ୍ରୀଯୁକ୍ତ ମୃତ୍ଯୁଞୟ ଦାଶ, ଶ୍ରୀମତୀ ଶୁଭଶ୍ରୀ ଶୁଭସ୍ମୀତା ମିଶ୍ର, ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର, ଏସିପି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ର, ଡ଼ଃ କିଶୋର କୁମାର ପାଣିଗ୍ରାହି, ଶ୍ରୀଯୁକ୍ତ ସାଧୁ ଚରଣ ବେହେରା, ଶ୍ରୀଯୁକ୍ତ ସୌମ୍ଯଦିପ୍ ଘୋସ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥଲେ । ଚଳିତ ବର୍ଷ “ରଙ୍ଗ ଉତ୍ସବ ସମ୍ମାନ ୨୦୨୩”ରେ ସମ୍ମାନୀତ ହୋଇଥିଲେ ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମ୍ ଆନନ୍ଦ । ଆୟୋଜକ ମୁଖ୍ୟ ଡୁଡ୍ନୁ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନ , ନିର୍ଦ୍ଦେଶକ ସଞ୍ଜୀବ୍ କୁମାର ହରିଚନ୍ଦନ , ସମ୍ପାଦକ ରୋଶନ ଅଲ୍ଲି ବେଗ୍ , ଏସ. ରାଜୀବ୍ ଗୌରବ , ଲିପୁ ଜେନା ଓ ସାଥିଙ୍କ ମିଳିତ ସହଯୋଗରେ ରଙ୍ଗ ଉତ୍ସବ ସମ୍ମାନ ୨୦୨୩ ପାଳନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ବେଷ୍ଟ ଭଲ୍ୟୁଂଟିୟର ଅଫ୍ ଦ ଇୟର ଭାବେ ୨୨ ଜଣଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡୁଡ୍ନୁ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନ ସଭାପତିତ୍ୱ କରିଥିବା ବେଳେ ସୁଶ୍ରୀ ସର୍ବାଣୀ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ରଙ୍ଗ ଉତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସାଈଦୀପ୍ କ୍ରିଏସନ୍ ଗ୍ରୁପ୍ ତରଫରୁ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଏସ. ଋାଜୀବ ଗୌରବ ଓ ରୋଦନ ଅଲ୍ଲୀ ବେଗ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରଙ୍ଗ ଉତ୍ସବ ସମ୍ମାନ ୨୦୨୩ !!!

