ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବୀଣାପାଣି ମେଡିସିନ ଷ୍ଟୋର ସାମ୍ନା ରାଜପଥରେ ଟ୍ରକ ଦୁର୍ଘଟଣା, ଦୁର୍ଘଟଣାରେ ଚାଳକ ଆହତ ! ସୂଚନା ମୁତାବକ ଟ୍ରକ ନଂ OD 04 N 8915 ଟ୍ରକ୍ ଟି ରଙ୍ଗ ରୁଟରେ ଆସି ବୀଣାପାଣି ମେଡିସିନ ଷ୍ଟୋର ସାମ୍ନାରେ ଥିବା ଦୁଇଟି ବାଇକ ନଂ OD 06 D 3510 ଏବଂ OD 34 P 3334 କୁ ଧକା ଦେଇ ରାଜପଥ କଡ ଡ୍ରେନ ମଧ୍ୟକୁ ଟ୍ରକଟି ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ! ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ ପଥଚାରି କାହାର କିଛି କ୍ଷତି ହୋଇନଥିବା ବେଳେ ଟ୍ରକ୍ ଚାଳକ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଟ୍ରକ୍ ସମେତ ଦୁଇ ବାଇକ ନଷ୍ଟ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକ୍ ଚାଳକକୁ ଅଟକ ରଖିଛନ୍ତି ।
ସୁକିନ୍ଦା ବୀଣାପାଣି ମେଡିସିନ ଷ୍ଟୋର ସାମ୍ନା ରାଜପଥରେ ଟ୍ରକ ଦୁର୍ଘଟଣା : ଚାଳକ ଆହତ !!!

