ଗୁମି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ନିଆଁ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ !!!

0
239

Loading

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ଗୁମି ଫରେଷ୍ଟର ତତ୍ତ୍ୱାବଧାନରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଗାଁ ଗାଁ ରେ ପଥପ୍ରାନ୍ତ ସଚେତନତା ନାଟକ ଅନୁଷ୍ଠିତ ହୋଇଛି l କିଛିଦିନ ତଳେ ଦଶପଲ୍ଲା ବିଧାୟକ ଜୁମ ଆପ ରେ ମିଟିଙ୍ଗ କରି ଜଙ୍ଗଲ ନିଆଁ ଲିଭାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l ସେହି ମିଟିଙ୍ଗ ରେ ନୟାଗଡ଼ DF ଧନରାଜ ଏଚଡ଼ି , ନୟାଗଡ଼ ଜିଲାପାଳ ଡ଼ ପୋମା ଟୁଡୁ ଏବଂ ଅନେକ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ I ଆଜି କାପ୍ତାପଲ୍ଲୀ ପଞ୍ଚାୟତ ର କେରସିଙ୍ଗି , ଫାଂପୁଣି ଏବଂ ଗୁମି ପଞ୍ଚାୟତ ର ବରକୋଲା ଗ୍ରାମ ମାନଙ୍କରେ ପଥପ୍ରାନ୍ତ ନାଟକ ହୋଇଯାଇଛି l

ନାଟକରେ କଳାକାର ଭାଇ ଭଉଣୀ ମାନେ ଅତି ସୁନ୍ଦର ଭାବରେ ଜଙ୍ଗଲରର ନିଆଁ ଲାଗିଲେ ଆମର କଣ କ୍ଷତି ହୋଇଥାଏ ଏବଂ ନିଆଁ ଲାଗିଲେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇ କିପରି ସେମାନଙ୍କୁ ସହଯୋଗ କରିବା ସେ ବିଷୟରେ ବୁଝାଇଥିଲେ l ନାଟକ ପ୍ରଦର୍ଶନ ପରେ ଏକ ଛୋଟ ସଭା ହୋଇଥିଲା , ସଭାରେ ଉପସ୍ଥିତ ଥିଲେ ଗୁମି ଫରେଷ୍ଟର ବନମାଳୀ ରାଉତ, କାପ୍ତାପଲ୍ଲୀ ଫରେଷ୍ଟ ଗାଡ଼ ମାନସ କୁମାର ସେଠି ଏବଂ କାପ୍ତାପଲ୍ଲୀ ନାଏବ ସରପଞ୍ଚ ସୋମନାଥ ପ୍ରଧାନ l ଗ୍ରାମବାସୀ ମାନେ ଉପସ୍ଥିତ ରହି ନାଟକ ଦେଖିଥିବା ସମୟରେ ଜଙ୍ଗଲ ନିଆଁ ଲାଗିଲେ ତାହାକୁ ଲିଭାଇବାକୁ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here