ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ନରସିଂହପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଜିଲିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଲଷ୍ଟର ସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ । ଏହି ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ରେ ରେଗେଡା କ୍ଲଷ୍ଟର ର 27 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଜିଲିଣ୍ଡା କ୍ଲଷ୍ଟର ର 41 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଅତିଥି ଭାବେ ନରସିଂହପୁର ଶିକ୍ଷା ମଣ୍ଡଳ ଅଧିକାରୀ ରବୀନ୍ଦ୍ର ନାଥ ପ୍ରଧାନ, ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ପ୍ରେମଲତା ସ୍ୱାଇଁ ଏବଂ ଜିଲ୍ଲା ସଂଯୋଜକ ଡଃ ପଦ୍ମାଳୟା ନାଥ ପ୍ରମୁଖ ଯୋଗଦାନ କରିଥିଲେ ।
ରେଗେଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପଦ୍ମଲୋଚନ ନାୟକ ତଥା ଜିଲିଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଭିରାମ ଦଳେଇ ଙ୍କ ସହିତ ଜିଲିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ସାହୁ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷଣ ଭିତ୍ତିକ ଶିକ୍ଷା ଫଳାଫଳ, ପାଠ୍ୟ ପୁସ୍ତକ ସହ ଶିକ୍ଷଣ ଫଳାଫଳ ର ସଂଯୋଗ, ଶିକ୍ଷଣ ଫଳାଫଳ ଆଧାରିତ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତି ଓ ଉପସ୍ଥାପନା ସହିତ ଜାତୀୟ ଶିକ୍ଷାନୀତି 2020 ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଭାଗ୍ୟବତୀ ପ୍ରଧାନ, ରବିନାରାୟଣ ମହାରଣା ଓ ଗିରିଶ ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।