ବିବାହ ବାର୍ଷିକ ରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏବଂ ତାଙ୍କ ଧର୍ମପତ୍ନୀ ମମତା ପାଇକରାୟଙ୍କ ବିବାହ ବାର୍ଷିକୀ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦଘାଟନ କରିଥିଲେ । କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ଜ୍ଞାନଦୀପ୍ ଫାଉଣ୍ଡେସନ ର ମୁଖ୍ୟ ରତ୍ନାକର ମହାନ୍ତି, ବିଶିଷ୍ଟ ମନୋବିଜ୍ଞାନୀ ସମ୍ବିତ ନନ୍ଦ, ଗୁନୁ ଆଚାର୍ଯ୍ୟ, ପ୍ରକାଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ୧୦ ରୁ ଉର୍ଦ୍ଧ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ।

Leave a Reply

Your email address will not be published. Required fields are marked *