ନାବାଳିକା ବିବାହ ଉପରେ ରୋକ ଲଗାଇଲେ ଶିଶୁ ମଙ୍ଗଳ ଅଧିକାରୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବେଦି ବନ୍ଧା ହୋଇଥିଲା , ବିବାହ ହୋଇଥାନ୍ତା । ହାତଗଣ୍ଠି ପଡିବା ଠିକ ପୂର୍ବରୁ ସବୁ ଉପରେ ଲାଗିଗଲା ରୋକ ! ଆଇନ ଭାଙ୍ଗି ଆଇନ ର ଜାଲ ରେ ଛନ୍ଦି ହୋଇଗଲେ ବର ଓ ତାଙ୍କ ପରିବାର ଲୋକେ । ଚାଲିଥିଲା ନାବାଳିକା ବିବାହ । ଖବର ପାଇଁ ଚାଇଲଡ ଲାଇନ ଟିମ ପହଞ୍ଚି ଘଟଣାସ୍ଥଳ ରୁ ନାବାଳିକା ଙ୍କୁ ଉଦ୍ଧାର କରିଛନ୍ତି । ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଭଣଙ୍ଗା ବାଙ୍କୀମୁଣ୍ଡାଇ ଗ୍ରାମ ର ଧୃବ ମଲ୍ଲିକ ଙ୍କ କୋଡିଏ ବର୍ଷୀୟ ପୁଅ ଭାବଗ୍ରାହୀ ମଲ୍ଲିକ କିଛି ଦିନ ତଳେ କୃଷ୍ଣଦାସପୁର ଅଞ୍ଚଳ ର ଜଣେ ନାବାଳିକା କୁ ଭଲ ପାଇ ଘରୁ ନେଇ ପଳାଇଥିଲେ ! ହେଲେ ୨ ପରିବାର ର ସମ୍ମତି କ୍ରମେ ସେମାନଙ୍କ ଆଜି ବିଭାଘର ହେଉଥିଲା । ଶିଶୁ ମଙ୍ଗଳ ଓ ସମାଜ ମଙ୍ଗଳ ଅଧିକାରୀ ଖବର ପାଇ ଡେରାବିଶ ସିଡିପିଓ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସେଠାରେ ପହଂଚିବାକୁ ନିର୍ଦ୍ଦେଶ ଦେଇଥିଲେ । ସିଡିପିଓ ଓ ଅଙ୍ଗନବାଡି କର୍ମୀ ଚାନ୍ଦୋଳ ଫାଣ୍ଡି ପୋଲିସ ଙ୍କୁ ନେଇ ଘଟଣା ସ୍ଥଳ ରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ନାବାଳିକାର ବୟସ 17 ବର୍ଷ ହୋଇଥିବା ବେଳେ ଆଇନ ଅମାନ୍ୟ କରି ତାଙ୍କ ବିବାହ କରୁଥିଲେ ପରିବାର ଲୋକେ । ଘଟଣl ସ୍ଥଳ ରୁ ପୋଲିସ ଓ ସିଡିପିଓ ନାବାଳିକା କୁ ଉଦ୍ଧାର କରିବା ସହ ପରିବାର ଲୋକ ଙ୍କୁ ସର୍ତ୍ତ ମୂଳକ ଲିଖିତ ରାଜିନାମା ଦେଇଛନ୍ତି । ନାବାଳିକା ଓ ପ୍ରେମିକ ଭାବଗ୍ରାହୀ ଦୁହେଁ ଦୁହିଁ ଙ୍କୁ ଛାଡିବାକୁ ନାରାଜ ଥିବା ଦେଖିବାକୁ ମିଳିଥିଲl । ହାତ ଧରାଧରି ହୋଇ ଦୁହେଁ କାନ୍ଦିଥିଲେ ଓ ଆଜି ବିବାହ କରିବେ ବୋଲି ଜିଦ ମଧ୍ୟ ଧରିଥିଲେ । ତେବେ ଆଇନ ଆଗରେ ସମସ୍ତେ ନିରୁପାୟ !

Leave a Reply

Your email address will not be published. Required fields are marked *