ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟ ରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଲାଗି ରାଜ୍ୟ ସରକାର କୋଭିଡ ନିୟମକୁ କଡାକଡି ପାଳନ କରାଯିବା ପାଇଁ ରାଜ୍ୟ ର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଙ୍କ ନିର୍ଦ୍ଦେଶ ମୁତାବକ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଜିଲ୍ଲା ପାଇଁ କଟକଣା ଜାରି କରିଛନ୍ତି । ଜିଲ୍ଲା ରେ ଏପ୍ରିଲ ମାସରେ ପଣା ଯାତ୍ରା, ରାମ ନବମୀ ଯାତ୍ରା, ଲଙ୍କା ପୋଡି ଯାତ୍ରା , ଦଣ୍ଡ ନାଚ, ଝାମୁ ଯାତ୍ରା ଆଦି ବିଭିନ୍ନ ଯାତ୍ରା ବହୁ ଆଡମ୍ବର ରେ ପାଳନ କରାଯାଉଥିବାରୁ ଏହି ସମୟରେ ବହୁ ଜନ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେବା ସହ କେତେକ କଟକଣା ଜାରି କରିଛନ୍ତି ।
କୋଭିଡ ନିୟମ କୁ ପାଳନ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିବା ସହ ବହୁ ସଂଖ୍ୟକ ଲୋକ ଏକାଠି ନ ହେବା, ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିୟମକୁ ମାନି ମନ୍ଦିର,, ବିଭିନ୍ନ ଦେବାଦେବୀ ପିଠ , ମସଜିଦ ମାନଙ୍କରେ ପଚାଶ ଜଣଙ୍କ ମଧ୍ୟରେ ପୂଜାର୍ଚ୍ଚନା ଆଦି କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ନିୟମ ଅନୁଯାୟୀ ସାମାଜିକ ଦୁରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି । ଡିଜେ ବଜାଇବା, ନାଚ, ଗୀତ, ଡ୍ରାମା, ଅପେରା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଙ୍କ ବିନା ଅନୁମତିରେ କୈାଣସି ସଭା ସମିତି କାର୍ଯ୍ୟ କଲେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।