ଅନଲାଇନ ପରୀକ୍ଷା ଦାବିରେ ପଲି ଟେକନିକ ଶିକ୍ଷାର୍ଥୀଙ୍କ ଧାରଣା !!

0
194

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ମହିଷାପାଟ ଠାରେ ଥିବା ସରକାରୀ ପଲି ଟେକନିକର ଛାତ୍ରଛାତ୍ରୀ ମାନେ ବାର୍ଷିକ ପରୀକ୍ଷା କୁ ଅନଲାଇନ କରିବା ଦାବିରେ ବିକ୍ଷୋଭ କରିଥିଲେ । କରୋନା କଟକଣା ହେତୁ ବର୍ଷ ଆରମ୍ଭରୁ କ୍ଲାସ ଗୁଡିକ ଅନଲାଇନ ହେଉଥିବାରୁ ପିଲାମାନେ ପାଠ ବୁଝିବାରେ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା । ଏବେ ସରାକାରଙ୍କର କୋଭିଡ ଜନିତ କଟକଣା କୋହଳ ହେବାରୁ ପିଲାମାନଙ୍କୁ ଅଫଲାଇନ କ୍ଲାସ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ପୁନର୍ବାର ଏବେ ରାଜ୍ୟ ତଥା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପିଲାମାନେ ଅଫଲାଇନ ପରୀକ୍ଷା ଦେଲେ ସଂକ୍ରମଣ ର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି । ତେଣୁ ଅନୁଷ୍ଠାନ କତ୍ତୃପକ୍ଷ ତଥା ସରକାର ପିଲା ମାନଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଅନଲାଇନ ପରୀକ୍ଷା ପାଇଁ ଅନୁମତି ଦେବା ଦାବିରେ ଛାତ୍ରଛାତ୍ରୀ ମାନେ ଆଜି କଲେଜ ଗେଟକୁ ତାଲା ପକାଇବା ସହ ଗେଟ ଆଗରେ ଧାରଣ ପ୍ରଦର୍ଶନ କରିଥିଲେ । ସରକାର ଅଫଲାଇନ ପରୀକ୍ଷା ଦେବା ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ପିଲାମାନେ ଏହିପରି ବିକ୍ଷୋଭ କରିବେ ବୋଲି ଦୃଢ଼ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here