କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ହସ୍ତବାହିନୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫକିରପଡା କୁ ହରାଇ ହସ୍ତବାହିନି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟସରେ ହାରି ପ୍ରଥମେ ବ୍ୟାଟିଂ କରି ଫକିରପଡା ନିର୍ଦ୍ଧାରିତ ଓଭରରେ ୪ ୱିକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟୁଟୁ ସର୍ବାଧିକ ୪୭ ରନ ସଂଗ୍ରହ କରିଥିଲେ । ଜବାବରେ ହସ୍ତବାହିନି ଦଳ ୧୦୪ ରନର ପିଛା କରି ଚିତ୍ତରଞ୍ଜନଙ୍କ ଅପରାଜିତ ୧୯ ବଲରେ ୫୧ ରନ ବଳରେ ୩ ୱିକେଟ ହରାଇ ୧୦୬ ରନ ସଂଗ୍ରହ କରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ହସ୍ତିବାହିନୀ କ୍ଲବ ସଭାପତି ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ନଗଦ ଦଶ ହଜାର ଟଙ୍କା ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତାପସ ରାଉତରାୟ ଯୋଗଦେଇ ରନରସଅପ୍ ଦଳକୁ ଟ୍ରଫି ସହ ନଗଦ ଛ ହଜାର ଟଙ୍କା ଅର୍ଥ ରାଶିରେ ପୁରସ୍କୃତ କରିଥିଲେ । ତତ୍ ସହିତ ଅନ୍ୟତମ ଅତିଥି ଭାବରେ ମାନସ ରଣା , ଅକ୍ଷୟ ସିଂହ ଓ କସର୍ ମହମ୍ମଦ ଲାଦେନ୍ ପ୍ରମୁଖ ଯୋଗ ଦେଇଥିଲେ । ହସ୍ତବାହିନୀ ଦଳର ଚିତ୍ତରଞ୍ଜନ ରାଉତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଟ୍ରଫି ସହ ନଗଦ ଅର୍ଥ ରାଶିରେ ପୁରସ୍କୃତ ହୋଇଥିଲେ । ଖେଳକୁ ଅମିୟ ନାୟକ ଓ ସ୍ମୃତି ରଞ୍ଜନ ରାଉତ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଶିବ ପ୍ରସାଦ ସିଂହ ଓ ଦିନେଶ କୁମାର ରଣା ଦାୟିତ୍ବରେ ଥିଲେ । ଏହି ଖେଳକୁ ହସ୍ତବାହିନୀ କ୍ଳବର ରମେଶ ସାହୁ , ଆଲୋକ ଲାଲ , ମୁନା ସିଂହ , ମଙ୍ଗୁ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆୟୋଜକ ଦଳ ଚମ୍ପିୟାନ !!!

